ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ସଂସ୍କୃତି ବିଭାଗରେ ଚଳଚ୍ଚିତ୍ରର ବିକାଶ ବୈଠକ ପରେ ଚର୍ଚ୍ଚା, ସଂସ୍କୃତି ଅଧୀନକୁ ଯିବ ‘ଓଡ଼ିଆ ସିନେମା’

Published By : Prameya | May 21, 2025 2:04 PM

image source : ThinkRight

ଭୁବନେଶ୍ୱର, ୨୧/୦୫ : ‘ଠିକ୍‌ରେ ପୁରସ୍କାର ଦିଅ । ଓଡ଼ିଆ ଚଳଚ୍ଚିତ୍ର ଲାଗି ନୀତି ଆଣ । ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ସଜାଡ଼ ।’ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଲିଷ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ସୋମବାର ବସିଥିଲା ବିକାଶ ବୈଠକ । ଯାହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଏ ପ୍ରଶଂସା କରିଛି ତ କିଏ ଅସନ୍ତୋଷ ଝାଡ଼ିଛି । ସେଭିତରେ ‘ଓଡ଼ିଆ ସିନେମା’ ସଂସ୍କୃତିର ନା’ ଶିଳ୍ପର ବୋଲି ପ୍ରଶ୍ନ ଉଠିଥିଲା ବେଳେ ଏବେ ଗୋଟିଏ କଥାକୁ ନେଇ ସାରା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା । ସବୁଦିନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନକୁ ଚାଲିଯିବ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଓଡ଼ିଆ ସିନେମା । ତା’ର ପ୍ରାଥମିକ ପ୍ରସ୍ତୁତି ଥିଲା ଏହି ବୈଠକ ବୋଲି ଆଲୋଚନା ହେଉଛି । ଯାହାକୁ ନେଇ କିଛି ପ୍ରଯୋଜକ, ନିର୍ଦ୍ଦେଶକ ଓ ବୈଠକରେ ସାମିଲ ନଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଓ ସିନେମା ସହ ଜଡ଼ିତ ବିଭିନ୍ନ ସଂଘ ପ୍ରଶ୍ନ କରିଛନ୍ତି । 

ବରିଷ୍ଠ ପ୍ରଯୋଜକ ତଥା ପ୍ରଯୋଜକ ସଂଘର ମୁଖ୍ୟ ଅରୁଣ ମହାନ୍ତି କହିଛନ୍ତି, କେତେ ଜଣ କଳାକାର ଯାଇ ସଂସ୍କୃତି ବିଭାଗରେ ବସି ଆଲୋଚନା କରିଛନ୍ତି । ହେଲେ ସେମାନଙ୍କୁ ଯିଏ ତିଆରି କଲେ ସେମାନେ କୁଆଡ଼େ ଗଲେ? ତା’ପରେ ସଂସ୍କୃତି ବିଭାଗ ସହ ବସି ବୈଠକ କଲେ କ’ଣ ହେବ, ଆମର ସବୁ କାମ ତ ଶିଳ୍ପ ବିଭାଗରେ । କାରଣ ୧୯୭୪ ମସିହାରୁ ରାଜ୍ୟ ସରକାର ଓଡ଼ିଆ ସିନେମାକୁ ଶିଳ୍ପର ମାନ୍ୟତା ଦେଇଛନ୍ତି । ୧୯୭୬ ଏପ୍ରିଲ୍‌ ୨୨ରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ପ୍ରତିଷ୍ଠା ହୋଇ ଶିଳ୍ପ ବିଭାଗ ଅଧୀନରେ ଓଡ଼ିଆ ସିନେମା ପାଇଁ କାର୍ଯ୍ୟ କରିଆସୁଛି । ୧୯୮୨ରେ କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହେଲା । ୨୦୧୯ ଫେବ୍ରୁଆରୀ ୨୬ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ସରକାର ଆଣିଲେ । ଯାହା କଲେ ତା’ର ଫଳ ତାଙ୍କୁ ଜଣା । ବାକି ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତା’ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦୀର୍ଘ ବର୍ଷ ଧରି ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଆସୁଥିଲା । 

କୁନା ତ୍ରିପାଠୀ ଓଏଫ୍‌ଡିସିର ଅଧ୍ୟକ୍ଷ ହେବା ପରେ ସମ୍ପୂର୍ଣ୍ଣ ପୁରସ୍କାର ବଣ୍ଟନ ବ୍ୟବସ୍ଥାକୁ ସଂସ୍କୃତି ବିଭାଗରୁ ଛଡ଼ାଇ ଆଣିଲେ । ଯାହାର କିଛି ଆବଶ୍ୟକତା ନଥିଲା । ତେଣୁ ଯେଉଁ ବିଭାଗ ସହ ସିନେମାର କୌଣସି ସମ୍ପର୍କ ନାହିଁ, ସେଠି କିଛି କଳାକାର ବସି କାହାକୁ ନଡାକି ନିଜେ ମୁରବୀ ସାଜି ଆଲୋଚନା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଆବଶ୍ୟକ ପଡ଼ିଲେ ଆମେ କୋର୍ଟକୁ ଯିବୁ । ଏମିତିରେ ଇଣ୍ଡଷ୍ଟ୍ରିର ଯାହା ଅବସ୍ଥା, ସେଠି ମନମାନୀ ହେଲେ ଚଳିବନି । ବରିଷ୍ଠ ସିନେ ସମାଲୋଚକ ଦିଲ୍ଲୀପ ହାଲି କହିଛନ୍ତି, ଯେଉଁ ବିଭାଗକୁ ଗଲେ କ’ଣ ହେବ? ତର୍ଜମା କରନ୍ତୁ ୯୦ ବର୍ଷର ଯାତ୍ରାରେ ଓଡ଼ିଆ ସିନେମା କ’ଣ ପାଇଛି? ଲାଭ କ’ଣ ହେଇଛି? ଖାଲି ନିଷ୍ଫଳ ଆଲୋଚନା, ଫାଙ୍କା ଆୱାଜ ଆଉ ବଡ଼ ବଡ଼ କଥା । ଏମିତି ମାନ୍ୟତା ପାଇଁ ଯାତ୍ରା ବାଲା ବାଡ଼ିଆପିଟା ଲାଗିଛନ୍ତି, କିନ୍ତୁ କାହାର ହେଇପାରୁନାହାନ୍ତି, ଇଏ ମାନ୍ୟତା ପାଇ କାହାର ହେଇପାରୁନାହାନ୍ତି । ଏମିତି ଲଢ଼େଇ କଲେ ମୂଳରୁ ପୋଛି ହେଇଯିବେ । ଜଣେ କଳାକାର କହିଛନ୍ତି, ଭଲ କାମ ପାଇଁ କାହାକୁ ତ ଆଗକୁ ଆସିବାକୁ ପଡ଼ିବ ଏବଂ ନେତୃତ୍ୱ ନେବାକୁ ହେବ । ସରକାରଙ୍କୁ ଜଗେଇବାକୁ ହେବ ଏବଂ ଆମ ଅଧିକାରକୁ ସାବ୍ୟସ୍ଥ ସହ ହକ୍‌ ମାଗିବାକୁ ପଡ଼ିବ । ନହେଲେ ସମସ୍ତେ ସବୁ ପାଉଥିବେ, ଆମେ ସେମିତି ବସିଥିବା । ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଭାବନ୍ତୁ ଦୁନିଆ କୁଆଡ଼େ ଯାଉଛି ଆଉ ଆମେ କେଉଁଠି?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.