ନିଶ୍ଚିନ୍ତକୋଇଲି,୨୧/୦୫: ନିଶ୍ଚିନ୍ତକୋଇଲି ବ୍ଲକ କଣ୍ଟାପାରୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ରେ ଆସୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିରେ ଆଉ ଦୁଇ ଗୁରୁତର ହୋଇଛନ୍ତି । ମୃତକ ହେଲେ ନେମାଳ ଥାନା ଅନ୍ତର୍ଗତ ପାଳଦା ଗାଁର ନାରାୟଣ ସାମଲ (୪୬)। କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଲକ କଣ୍ଟାପାରୀ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ନାରାୟଣ ସାମଲ ବାଇକ୍ରେ ଆସୁଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ କଣ୍ଟାପାରୀ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ନାରାୟଣ । ଏହି ଦୁର୍ଘଟଣାରେ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ଏହା ସହିତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।