ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

କଟକ ପୁଲିସକୁ ସଫଳତା: ଅପହରଣ ହୋଇଥିବା ଯୁବକଙ୍କୁ କଲା ଉଦ୍ଧାର, ଅପହରଣକାରୀ ଗିରଫ

Published By : Prameya | May 20, 2025 3:00 PM

କଟକ ୨୦/୦୫: କଟକ ପୁଲିସକୁ ସଫଳତା । ଅପହରଣ ହୋଇଥିବା ଯୁବକ ହେଲେ ଉଦ୍ଧାର, ଅପହରଣକାରୀ ଗିରଫ। ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ କଟକ ଡିସିପି ।

କଟକ ବୈୟାଳିଶ ମୌଜା ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରିନେବା ଘଟଣାରେ କଟକ ପୁଲିସକୁ ସଫଳତା ମିଳିଛି । ଅପହରଣ ହୋଇଥିବା ଯୁବକକୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରାଯାଇଛି । ଏନେଇ କଟକ ଡିସିପି ଖିଲାରୀ ଋଷିକେଶ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ବୈୟାଳିଶ ମୌଜା ଥାନା ବଉଳକୁଡ଼ା ଗାଁର ସୌମ୍ୟରଞ୍ଜନ ବେହେରା ଅନଲାଇନ ଟ୍ରେଡିଂ କରୁଥିଲେ । ସେ ୨୦୧୯ରୁ ୨୦୨୨ ମଧ୍ୟରେ କିଛି ଲୋକଙ୍କ ଠାରୁ ଟଙ୍କା ନେଇ ସେୟାର ବଜାରରେ ନିବେଶ କରିଥିଲା । ପ୍ରାୟ ୩ରୁ ୪ କୋଟି ଟଙ୍କା ପୁଞ୍ଜି ବଜାରରେ ଲଗାଇଥିଲେ ସୌମ୍ୟରଞ୍ଜନ । ହେଲେ ମାନ୍ଦାବସ୍ଥା ଯୋଗୁଁ ସେ ବ୍ୟାପକ କ୍ଷତି ସହିଥିଲେ । ଏମିତି କି ନିବେଶକଙ୍କ ମୂଳଧନ ପରିଶୋଧ କରିପାରିନଥିଲେ । ସେପଟେ ସୌମ୍ୟଙ୍କ ନିକଟରେ ୭୦ଲକ୍ଷ ଟଙ୍କା ନିବେଶ କରିଥିବା କେନ୍ଦ୍ରପଡ଼ାର ରାଜେଶ ଦାସ ଏବଂ ତାଙ୍କ ସହଯୋଗୀ ଦିବ୍ୟଜ୍ୟୋତି ଟଙ୍କା ପାଇଁ ବାରମ୍ବାର ଫୋନ୍ କରୁଥିଲେ । ମାତ୍ର ସୌମ୍ୟଙ୍କ ଠାରୁ କିଛି ଜବାବ ନମିଳିବାରୁ ହତାଶ ହୋଇ ତାଙ୍କୁ ଅପହରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ । ୧୮ ତାରିଖ ଦିନ ରାଜେଶ ଦାସ ଓ ଦିବ୍ୟଜ୍ୟୋତି ସ୍ଥାନୀୟ ଯୁବକଙ୍କ ସହିତ ମିଶି ସୌମ୍ୟଙ୍କୁ ବଉଳକୁଡ଼ାରୁ ଏକ ଧଳା ମାରୁତି ସ୍ବିଫ୍ଟ କାର୍‌ରେ (OD33AG8051) ଅପରହଣ କରି ନେଇଥିଲେ । ଏନେଇ ସୌମ୍ୟଙ୍କ ମା’ ରୀନା ବେହେରା ଥାନାରେ ଏତଲା ଦେବା ପରେ ସ୍ଥାନୀୟ ଥାନା ଓ ସ୍ପେଶାଲ୍ ସ୍କ୍ୱାଡ୍ ତଦନ୍ତ ଆରମ୍ଭ କରିଥିଲା । ଏକ ଟିମ୍ କେନ୍ଦ୍ରପଡା ଯାଇ ଯୁବକଙ୍କୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.