କଟକ, ୨୦।୫ : ଜଗତପୁର ଥାନା ସୀମା ଅନ୍ତର୍ଗତ ନିମପୁର ଜୟମଙ୍ଗାଲା ସାହି ରାସ୍ତାରେ ଅବକାରୀ ପୋଲିସ ଚଢାଉ କରି ୧୫୦ ଗ୍ରାମ ହେରୋଇନ ସହ ଏକ ବାଇକ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ମାଲଗୋଦାମ ଥାନା ଅଧୀନ ଜୋର୍ବାର ରାକେଶ ନାୟକ ଓରଫ ମାନସ।
ନିମପୁର ଜୟମଙ୍ଗାଲା ସାହି ରାସ୍ତାରେ ରାକେଶ ବାଇକରେ ହେରୋଇନ ନେଇ ଯାଉଥିବା ବେଳେ ଅବକାରୀ ପୋଲିସ ସଦଳବଳେ ଚଢାଉ କରିଥିଲେ। ଯାଞ୍ଚ ବେଳେ ରାକେଶ ନିକଟରୁ ମୋଟ ୧୫୦ ଗ୍ରାମ ହେରୋଇନ ଜବତ କରିଥିଲେ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୧୬,୦୦,୦୦୦ ଟଙ୍କା।