ଆଳି ୨୦/୦୫: ଟ୍ରଲିକୁ ଧକ୍କା ଦେଲା କାର୍। ମେଡିକାଲ ନେବା ବାଟରେ ଟ୍ରଲି ଚାଳକଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ଆଳି ମିଲବଜାର ନିକଟରେ।
ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ କାଜିସାହି ଗାଁର ରିୟଜ ଖାନ। ସେ ଟ୍ରଲିରେ ସିମେଣ୍ଟ ଆଜବେଷ୍ଟସ ନେଇ ଆଳି ଆଡ଼କୁ ଆସୁଥିବା ବେଳେ ରାଜକନିକା ଆଡ଼କୁ ଦୃତ ଗତିରେ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା l ଫଳରେ ସେ ତଳେ ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆଳି ମେଡିକାଲ ନିଆ ଯାଇଥିଲା । ଅବସ୍ଥା ସଂକଟା ପନ୍ନ ଥିବାରୁ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।