ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଇଣ୍ଟରନେଟ୍ ନାହିଁ, ଅନଲାଇନ୍ କାମ ହେଉନାହିଁ; ସମସ୍ୟା ଭୋଗୁଛନ୍ତି ପବିଙ୍ଗିଆ ପଞ୍ଚାୟତ ଲୋକେ

Published By : Manash Sahoo | May 21, 2025 1:07 PM

ଫିରିଙ୍ଗିଆ, ୨୧|୫: ଅନଲାଇନ୍ ଦୁନିଆ ଇଣ୍ଟରନେଟ୍‌ର ଅଭାବ । ବିଏସଏନଏଲ ଟାଓ୍ବାରରେ ଇଣ୍ଟରନେଟ୍ ସଂଯୋଗ ହୋଇନଥିବାରୁ ସମସ୍ୟା ଭୋଗୁଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପବିଙ୍ଗିଆ ପଞ୍ଚାୟତ ଲାମ୍ବାପଦର ଗାଁରୁ । ନେଟ୍ ନଥିବାରୁ ବିଭିନ୍ନ ଅନଲାଇନ୍ କାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । 

ସୂଚନା ଅନୁଯାୟୀ, ଲାମ୍ବାପଦର ଗାଁକୁ ଲାଗି ତବିନିପଦର, ପଥଖୋଲ, ଗୋଛାସାହି, ମାଣ୍ଡିଲି ଆଦି ଗାଁ ରହଛି । ଏଠାରେ ୧ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ବିଏସଏନଏଲ ଟାଓ୍ବାରରେ ଇଣ୍ଟରନେଟ୍ ସଂଯୋଗ ପାଇଁ ବାରମ୍ବାର ଅଭିଯୋଗ କରୁଛନ୍ତି, ହେଲେ କୌଣସି ସୁଫଳ ମିଳୁନାହିଁ ।  ବିଏସଏନଏଲ ଅଫିସ୍ କର୍ତ୍ତୃପକ୍ଷ କେବଳ ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ପଞ୍ଚାୟତରେ ଅନ୍‌ଲାଇନ୍ କାର୍ଯ୍ୟ ହେଇ ପାରୁନଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଯଦି ବିଏସଏନଏଲ ଟାଓ୍ବାରରେ ଇଣ୍ଟରନେଟ୍ ସଂଯୋଗ ନହୁଏ, ତେବେ ପାଞ୍ଚଟି ଗାଁର ଲୋକେ ଆଗାମୀ ଦିନରେ ଫୁଲବାଣୀ ବିଏସଏନଏଲ କାର୍ଯ୍ୟାଳୟ ସାମ୍ନାରେ ଧାରଣ ଦେବେ ବୋଲି ଉକ୍ତ ଗାଁର ବୁଦ୍ଧିଜୀବୀ ସଂଜୀବ କୁମାର ଦିଗାଲ, ସରପଞ୍ଚ ଲାଲମୋହନ କହଁର, ୱାର୍ଡସଭ୍ୟା ପଦ୍ମିନୀ କହଁର, ଉମାଚରଣ ଦିଗାଲ, ଜନେକିଶୋର କହଁର, ତୁଣିଆ କହଁର ଆଦି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.