ଭୁବନେଶ୍ବର,୨୧/୫ : ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ପକ୍ଷରୁ କୁହାଯାଇଛି ମୋହନ ମାଝୀଙ୍କ ସରକାର ବିଚିତ୍ର ରାସ୍ତାରେ ଚାଲିଛି । ସକାଳେ ନୋଟିଫିକେସନ ବାହାରିଲା ଆଉ ସନ୍ଧ୍ୟାରେ ବଦଳି ଯାଉଛି । ପାଗ କଥା କହି ନିର୍ବାଚନ ବାତିଲ ହେବା କହିବାକୁ ଆମେ ନିନ୍ଦା କରୁଛୁ। ପୂର୍ବରୁ କ’ଣ ସେ ପାଗ ବାବଦରେ ଜାଣି ପାରୁ ନଥିଲେ କି। କାହା ଚାପରେ ନିଷ୍ପତ୍ତି ବଦଳିଲା ନିର୍ବାଚନ କମିଶନ ସ୍ପଷ୍ଟ କରିବା ଉଚିତ। ବିଜେପି ଚାପ ପକେଇ ନିର୍ବାଚନ ସ୍ଥଗିତ କରୁଛି କି।
ଡବଲ ଇଞ୍ଜିନ ସରକାର ଡବଲ ଧୋକ୍କା। ପୂର୍ବରୁ ବିଜେପି ଚଂଚକତା କରି ଜିତିଥିଲେ। ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଯାଇଛି । ଗୋଟିଏ ବର୍ଷରେ ସବୁ କ୍ଷେତ୍ରରେ ଫେଲ ହୋଇଛନ୍ତି। ସେମାନେ ଡରୁଛନ୍ତି। ସେମାନେ ଗାଁକୁ ଗଲେ ଲୋକେ ତାଙ୍କୁ ତାଙ୍କୁ ଗ୍ରହଣ କରିବେ ନାହିଁ।
ସୂଚନାଯୋଗ୍ୟ ଯେ, ସଅଳ ମୌସୁମୀ ଦେଖି ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ୧୧୩୧ ପଦବୀ ପାଇଁ ଆସନ୍ତା ଜୁନ ୨୩ରେ ଉପନିର୍ବାଚନ ହୋଇଥାନ୍ତା। ୧୦୪୩ ୱାର୍ଡ ମେମ୍ବର, ୪୦ସମିତି ସଭ୍ୟ, ୪୩ସରପଞ୍ଚ ଏବଂ ୫ ଟି ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ନୋଟିଫିକେସନ ହୋଇଥିଲା । ମୋଟ୍ ୧୧୩୧ ପଦବୀ ରହିଛି । ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ବର୍ଷା ପାଇଁ ତାରିଖ ପରିବର୍ତ୍ତନ ପାଇଁ ଜଣାଇଥିଲେ। ଏ ପାଇଁ ମଧ୍ୟ IMDକୁ ରିପୋର୍ଟ ମଗାଯାଇଥିଲା। ଉପନିର୍ବାଚନ ପାଇଁ ହୋଇଥିବା ନୋଟିସକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି।