ଭୁବନେଶ୍ବର,୨୦/୫ : ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଓଡ଼ିଶା ପୋଲାଭରମ ସପକ୍ଷରେ ମତ ରଖିବା ପାଇଁ ପ୍ରସ୍ତାବ ଦେଲା ବିଜେଡି। ବୈଠକବେଳେ ପୋଲାଭରମ ପରିବର୍ତ୍ତିତ ଡିଜାଇନ୍କୁ ବିଜେପି ବିରୋଧ କରୁ ବୋଲି କହିଛି ବିଜେଡି। ମାଲକାନଗିରି ଆଦିବାସୀ ଲୋକଙ୍କୁ ବିଜେପି ସରକାର ମିଶ୍ଳିଡ ନ କରିବା ପାଇଁ କହିଛି ବିଜେଡି। ତେବେ ଗତକାଲି ଆଇନ ମନ୍ତ୍ରୀଙ୍କ ବଧିର ମନ୍ତବ୍ୟର ଜବାବ ରଖିଛି ବିଜେଡି ।
କହିଛି କେନ୍ଦ୍ର ସରକାର ନିଜେ ବଧିର ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକ ବିଷୟରେ ମୁଖ୍ୟମନ୍ତ୍ରୀ କିପରି ଅବଗତ ନାହାଁନ୍ତି ବୋଲି ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀ ଭାଗ ନେବେ କି ନାହିଁ ସ୍ପଷ୍ଟିକରଣ ରଖନ୍ତୁ। ଯେମିତି ନିଜର ବଧିରତା ଦେଖାନ୍ତୁ ନାହିଁ। ପୋଲାଭରମ କ୍ଷେତ୍ରରେ ଓଡ଼ିଶାକୁ ନ୍ୟାୟ ମିଳିବା ଉଚିତ। ବିଜୁ ଜନତା ଦଳ ମାଲକାନଗିରି ଆଦିବାସୀମାନଙ୍କ ପାଇଁ ୨୦୦୬ମସିହାରୁ ଲଢେଇ କରି ଆସିଛି।