ପୁରୀ,୨୦/୦୫: ମହାପ୍ରଭୁଙ୍କ ୨୧ଦିନିଆ ବାହାର ଚନ୍ଦନଯାତ୍ରାର ମଙ୍ଗଳବାର ଶେଷ ପର୍ବ ‘ହଳଦୀ ପାଣି’ ଉତ୍ସବ । ଏହି ଅବସରରେ କେବଳ ଠାକୁରଙ୍କ ଦିନ ଚାପ ହେବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ କୃଷ୍ଣ ନରେନ୍ଦ୍ର ଚକଡ଼ାରେ ବିଜେ ହେବେ । ସାଙ୍ଗରେ ଥିବେ ପଞ୍ଚମହାଦେବ । ସେଠାରେ ଠାକୁରଙ୍କ ପୂଜାର୍ଚ୍ଚନା ସହ ବନ୍ଦାପନା ନୀତି ବଢ଼ିବ । ଦେବତାମାନେ ହଳଦୀ ପାଣିରେ ପିଚକାରୀ ଖେଳିବେ । ପରେ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ।

'କୋଟିଆ ସମାଧାନ ନହେଲେ ଅଲଗା ରାଜ୍ୟ ଗଠନ ହେବ'; ଅସନ୍ତ...