ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର

Published By : Prameya | May 20, 2025 9:00 AM

ଭୁବନେଶ୍ୱର,୨୦/୦୫: ଜୟଦେବ ବିହାରରୁ ନନ୍ଦନକାନନ  ଯାଏ ପ୍ରସ୍ତାବିତ ଏଲିଭେଟେଡ୍‌ ରୋଡ୍‌ କରିଡର ପ୍ରକଳ୍ପର ଟେଣ୍ଡର ବାତିଲ ହୋଇଛି । ଏଥିପାଇଁ ପ୍ରକଳ୍ପ କାମ ବିଳମ୍ବ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମେଟ୍ରୋ  ରେଳ ପ୍ରକଳ୍ପ ପାଇଁ ମୂଳ ଷ୍ଟ୍ରକ୍‌ଚରାଲ ଡିଜାଇନ୍‌ରେ କିଛି ପରିବର୍ତ୍ତନ ହେବ । ଏଥିପାଇଁ ପୁରୁଣା ଟେଣ୍ଡରକୁ ବାତିଲ କରାଯାଇଛି । ଖୁବ୍‌ଶୀଘ୍ର ନୂଆ ଟେଣ୍ଡର  ହେବ ବୋଲି ସୂଚନା ମିଳିଛି । 

ଜୟଦେବ ବିହାରରୁ ନନ୍ଦନକାନନ  ଯାଏ ଏଲିଭେଟେଡ୍‌ କରିଡର ହେବ ।  ମୁଖ୍ୟ ରାସ୍ତା ଉପରେ ଦୁଇଥାକିଆ ବ୍ରିଜ୍‌  ହେବ । ଫ୍ଲାଏଓଭର ଉପରେ ମେଟ୍ରୋ ରେଳପଥ ରହିବ । ଫ୍ଲାଏଓଭରରେ ଗାଡ଼ି  ଚଳାଚଳ କରିବ । ଏହା ଉପରେ ପୁଣି  ଏକ ବ୍ରିଜ୍‌ ରହିବ । ସେଥିରେ ମେଟ୍ରୋ ଦୌଡ଼ିବ । ରାସ୍ତା ପାଇଁ ଜାଗା ଅଭାବକୁ  ଦୂର କରିବା ଏବଂ ଭିଡ଼ ଏଡ଼ାଇବାକୁ  ଏଭଳି ଏଲିଭେଟେଡ୍‌ କରିଡର  ତିଆରି ପାଇଁ ଯୋଜନା ହୋଇଥିଲା ।  ନାଲ୍‌କୋ ଛକ, ଚନ୍ଦ୍ରଶେଖରପୁର,  ଡମଣା ଛକ, ପଟିଆ ଛକ, କିଟ୍‌ ଛକ  ଓ ରଘୁନାଥପୁର ଛକରୁ ଫ୍ଲାଏଓଭରକୁ  ଯିବାକୁ/ଓହ୍ଲାଇବାକୁ ସୁବିଧା ରହିବ ।  ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୧୮୦୦ କୋଟି  ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ  ହୋଇଥିଲା । ଏଥିପାଇଁ ଡିପିଆର ବା  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପରେ ଟେଣ୍ଡର ଡକାଯାଇଥିଲା । 

ଓଡ଼ିଶା ସେତୁ ଓ ନିର୍ମାଣ ନିଗମ  ଲିମିଟେଡ୍‌(ଓବିସିସି) ଏହି ଟେଣ୍ଡର ଆହ୍ୱାନ କରିଥିଲା । କିନ୍ତୁ ମେଟ୍ରୋ ରେଳପଥ ପାଇଁ ମୂଳ ଷ୍ଟ୍ରକ୍‌ଚରାଲ ଡିଜାଇନ୍‌ରେ କିଛି ପରିବର୍ତ୍ତନ ଆବଶ୍ୟକ ହୋଇଥିଲା । ଫଳରେ ଉକ୍ତ ଟେଣ୍ଡରରେ ସଂଶୋଧନ ପାଇଁ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା । ମୂଳ ଷ୍ଟ୍ରକ୍‌ଚରାଲ ଡିଜାଇନ୍‌ରେ  ପରିବର୍ତ୍ତନ କରି ମେଟ୍ରୋ ପାଇଁ ସ୍ୱତନ୍ତ୍ର କରିଡର  ରଖିବାକୁ ହେଲେ ଆହୁରି ଅତିରିକ୍ତ ହଜାରେ କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଆକଳନ  କରାଯାଇଥିଲା । ଉଚ୍ଚସ୍ତରୀୟ ବୈଠକରେ ଏହା  ଉପରେ ଆଲୋଚନା ହେବା ପରେ ଟେଣ୍ଡରକୁ  ବାତିଲ କରାଯାଇଛି । ପ୍ରାୟ ସପ୍ତାହେ ତଳୁ ଏହି  ଟେଣ୍ଡରକୁ ବାତିଲ କରାଯାଇଛି । ଏବେ ୨୭୦୦ କୋଟି  ଟଙ୍କାର ନୂଆ ଟେଣ୍ଡର ପାଇଁ ସରକାରଙ୍କୁ ପ୍ରଶାସନିକ  ଅନୁମୋଦନ ମଗାଯାଇଛି । ଅର୍ଥ ବିଭାଗ ପାଖରୁ  ଏହି ଅନୁମୋଦନ ମିଳିଲେ ଖୁବ୍‌ଶୀଘ୍ର ସାନି ଟେଣ୍ଡର  ଡକାଯିବ ବୋଲି ଓବିସିସି ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.