ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଆଇବିସି-୨୦୨୫ରେ ଓଏଚ୍‌ଏସ୍‌ଇ ସେବା ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍‌କୁ ଗୋଲ୍ଡ ଟ୍ରଫି

Published By : Prameya | May 20, 2025 6:01 PM

ଭୁବନେଶ୍ୱର, ୨୦।୫ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୁମ୍ବାଇଠାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ବିଜନେସ୍ କନ୍‌ଫରେନ୍ସ (ଆଇବିସି) ତଥା ପୁରସ୍କାର ସମାରୋହ ୨୦୨୫ରେ  ସମ୍ମାନିତ ହୋଇଛି। ବିଦ୍ୟୁତ୍ ଶକ୍ତି ସଂଚାରଣ ବର୍ଗରେ ସେବା କ୍ଷେତ୍ରରେ ବୃତ୍ତିଗତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ (ଓଏଚ୍‌ଏସ୍‌ଇ) ସେବା ଉତ୍କର୍ଷ ପାଇଁ କମ୍ପାନୀ ଗୋଲ୍ଡ ଟ୍ରଫି ଓ ସାର୍ଟିଫିକେଟ୍ ହାସଲ କରିଛି। 

ସେବା ଭିତ୍ତିକ ଶିଳ୍ପରେ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ ଅଭ୍ୟାସ ପାଇଁ ଉଚ୍ଚ ମାନକ ବଜାୟ ରଖିବାରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ଉତ୍କୃଷ୍ଟ ପ୍ରଦର୍ଶନ ଓ ଉଲ୍ଲେଖନୀୟ ସଫଳତାକୁ ଏହି ସମ୍ମାନ ସ୍ୱୀକୃତି ଦେଉଛି। ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ସମର୍ପଣ ଶିଳ୍ପରେ ଉତ୍କର୍ଷତା ପାଇଁ ଏକ ମାନଦଣ୍ଡ ଧାର୍ଯ୍ୟ କରିଛି।

ଟିମ୍‌କୁ ଅଭିନନ୍ଦନ ଜଣାଇ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷା ହେଉଛି ଟିପିସିଓଡିଏଲ୍‌ର ମୂଳ ମୂଲ୍ୟ ଏବଂ ଆମ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ। ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମ ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଆମ ଟିମ୍‌ର ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ପୁରସ୍କାର। ନିଜର କାମ, ନବସୃଜନ ଓ ସୁରକ୍ଷା ପ୍ରୋଟୋକଲ୍‌କୁ ପାଳନ କରିବାରେ ସମଗ୍ର ଟିପିସିଓଡିଏଲ୍ ଟିମ୍‌କୁ ମୁଁ ପ୍ରଶଂସା କରୁଛି ଯାହା ଏହି ସମ୍ମାନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଉତ୍କର୍ଷତାର ସହ ଆମ ସମୁଦାୟକୁ ସେବା ପ୍ରଦାନ କରିବା ଲାଗି ଆମ ସୁରକ୍ଷା ଅଭ୍ୟାସକୁ ସୁଦୃଢ଼ କରିବା ଏବଂ ନବସୃଜନକୁ ଆଗକୁ ବଢ଼ାଇବା କାର୍ଯ୍ୟକୁ ଆମେ ଜାରି ରଖିବୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.