ଭୁବନେଶ୍ବର ୨୦/୦୫: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଏହା ସହିତ ପୀଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଅଭିଯୁକ୍ତ ମାନସ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ପୋକ୍ସୋ ଜଜ୍ ।
ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଖୋର୍ଦ୍ଧା ମଡେଲ ଥାନାରେ ଏକ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା । ତେବେ ଏହି ପୋକ୍ସୋ ମାମଲାର ଆଜି ରାୟ ପ୍ରକାଶ ପାଇଛି । ଭୁବନେଶ୍ବର ସ୍ବତନ୍ତ୍ର ପୋକ୍ସୋ ଜଜ୍ ଅଭିଯୁକ୍ତ ମାନସ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରଦାଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଧାର୍ଯ୍ୟ ସମୟରେ ଫାଇନ୍ ପଇଠ ନକଲେ ଏବାବଦକୁ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ କ୍ଷତିପୂରଣ ବାବଦକୁ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।