ଭୁବନେଶ୍ୱର ୨୦/୦୫: ଚିଟ୍ ଫଣ୍ଡ୍ କାଗଜ ପତ୍ର ଖୋଜିବା ଦାୟିତ୍ବ ସରକାରଙ୍କର । ବିଜେପି କ୍ଷତିଗ୍ରସ୍ତଙ୍କୁ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ନିର୍ବାଚନୀ ଇସ୍ତାହାରରେ କହିଥିଲା । ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ କହି ସରକାରଙ୍କୁ ତେରଛା ବାଣ ମାରିଛନ୍ତି ବିଜେଡି ନୟାଗଡ଼ ବିଧାୟକ ଅରୁଣ ସାହୁ ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ଚିଣ୍ଡ ଫଟ୍ କେସକୁ ନେଇ ପ୍ରଶ୍ନ ପଚରାଯିବାକୁ ସେ କହିଥିଲେ, ଚିଟ୍ ଫଣ୍ଡ୍ କାଗଜ ପତ୍ର ଖୋଜା ଚାଲିଛି । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ତେରଛା ବାଣ ମାରିଛନ୍ତି । ସେ କହିଛନ୍ତି, ସବୁ କଥାରେ ୨୪ ବର୍ଷକୁ ଦୋଷ ଦେଲେ ହେବନାହିଁ । କିଛି ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛନ୍ତି । ଏବେ ସରକାରରେ ଅଛନ୍ତି, ଚିଟ୍ ଫଣ୍ଡ୍ କାଗଜ ଖୋଜିବା ଦାୟିତ୍ଵ ଆପଣଙ୍କର ବୋଲି କହିଛନ୍ତି ଅରୁଣ ସାହୁ ।...