ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

'ଟାଇମ୍‌ ୧୦୦ ଫିଲାନଥ୍ରୋପି ୨୦୨୫' ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ…

Published By : Prameya | May 20, 2025 10:25 PM

ନୂଆଦିଲ୍ଲୀ ୨୦/୦୫: ପ୍ରସିଦ୍ଧ ଆମେରିକୀୟ ପତ୍ରିକା 'ଟାଇମ୍‌' ଏହାର ପ୍ରଥମ 'ଟାଇମ୍‌ ୧୦୦ ଫିଲାନଥ୍ରୋପି ୨୦୨୫' ତାଲିକା ପ୍ରକାଶ କରିଛି,ଯେଉଁଥିରେ ଦାନ ଏବଂ ସମାଜସେବାର ଭବିଷ୍ୟତକୁ ଆକାର ଦେଉଥିବା ୧୦୦ ଜଣ ବିଶ୍ୱ ସ୍ତରର ବ୍ୟକ୍ତିଙ୍କୁ ସ୍ଥାନ ଦିଆଯାଇଛି। ଏହି ପ୍ରତିଷ୍ଠିତ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ନାମ ମଧ୍ୟ ସାମିଲ ହୋଇଛି, ଯାହା ଭାରତ ପାଇଁ ଗର୍ବର ବିଷୟ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଅମ୍ବାନୀ ୨୦୨୪ ମସିହାରେ ୪୦୭ କୋଟି ଟଙ୍କା (ପ୍ରାୟ ୪୮ ନିୟୁତ ଡଲାର) ଦାନ କରି ଦେଶର ସବୁଠାରୁ ବଡ଼ ଦାତାଙ୍କ ମଧ୍ୟରେ ସ୍ଥାନ ପାଇବା ସହିତ ବିଶ୍ୱ ସ୍ତରରେ ସେମାନଙ୍କର ପରୋପକାରୀ ଚିନ୍ତାଧାରାର ଏକ ସ୍ୱତନ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ।

ଅମ୍ବାନୀ ଦମ୍ପତ୍ତିଙ୍କ ପରୋପକାରୀ ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଗ୍ରାମୀଣ ବିକାଶ, କ୍ରୀଡା ଏବଂ ବିପର୍ଯ୍ୟୟ ସହାୟତା ଭଳି ବିବିଧ କ୍ଷେତ୍ରରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି । ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଧାବୃତ୍ତି, ମହିଳାଙ୍କ ପାଇଁ କ୍ୟାରିଅର ତାଲିମ, ଦୀର୍ଘସ୍ଥାୟୀ କୃଷି ପାଇଁ ଗ୍ରାମୀଣ ସମ୍ପ୍ରଦାୟକୁ ସହାୟତା, ଜଳ ସଂରକ୍ଷଣ, ଡାକ୍ତରଖାନା ନିର୍ମାଣ, ଦୃଷ୍ଟି ସମସ୍ୟାରେ ସହାୟତା ଏବଂ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି ।

ନୀତା ଅମ୍ବାନୀ, ଯିଏ ନିଜେ ଜଣେ ସଫଳ ବ୍ୟବସାୟୀ ଏବଂ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ ସହିତ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟ ଦଳର ସହ-ମାଲିକ, କ୍ରୀଡା ଜଗତରେ ପ୍ରତିଭାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତାଙ୍କ ନେତୃତ୍ୱରେ, ରିଲାଏନ୍ସ ଫାଉଣ୍ଡେସନ ଖେଳାଳିମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଏବଂ କ୍ରୀଡ଼ା ବିଜ୍ଞାନ ଆଧାରିତ ପ୍ରଶିକ୍ଷଣ ଉପଲବ୍ଧ କରୁଛି, ଯେଉଁଥିରେ ମହିଳା ଖେଳାଳିମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ନୀତା ଅମ୍ବାନୀ କୁହନ୍ତି, "ମହିଳାମାନଙ୍କ ପାଇଁ ବୃତ୍ତିଗତ କ୍ରୀଡ଼ାରେ କ୍ୟାରିଅର ଗଢ଼ିବା କଷ୍ଟକର, ଯାହା ସେମାନଙ୍କର ସଫଳତାକୁ ଆହୁରି ସ୍ୱତନ୍ତ୍ର କରିଥାଏ।"

'ଟାଇମ ୧୦୦ ଫିଲାନଥ୍ରୋପି ୨୦୨୫' ତାଲିକାରେ ତାଙ୍କର ଉପସ୍ଥିତି ଏହି କଥାର ପରିଚାୟକ ଯେ ଭାରତୀୟ ପରୋପକାର ଏବେ କେବଳ ଦେଶ ଭିତରେ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଛି । ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଏହି ଯୋଗଦାନ କେବଳ ପ୍ରେରଣାଦାୟକ ନୁହେଁ ବରଂ ଆଗାମୀ ସମୟରେ ସାମାଜିକ ପରିବର୍ତ୍ତନ ଦିଗରେ ଏକ ମାଇଲଖୁଣ୍ଟ ମଧ୍ୟ ପ୍ରମାଣିତ ହୋଇପାରେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.