ଭୁବନେଶ୍ୱର, ୨୦/୦୫ : ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦ୍ବେଗ । କ୍ଷେତ୍ର ପରିଦର୍ଶନ କରି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ମହିଳା ଓ ଶିଶୁ ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟା ପ୍ରମିଳା ମଲ୍ଲିକ।
ସେ କହିଛନ୍ତି ଯେ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଯେପରି କାମ କରିବା କଥା ସେପରି ହେଉନାହିଁ । ପୂର୍ବ ସରକାର ଯେଉଁ ଯୋଜନା କରିଥିଲେ, ତାହା ବର୍ଷେ ହେବ ଶୀଥିଳ ପଡିଯାଇଛି। ମହିଳାମାନଙ୍କ ପାଇଁ ହେଉଥିବା ଯୋଜନା ଗ୍ରାଉଣ୍ଡରେ ଠିକ୍ ସେ କାର୍ଯ୍ୟକାରୀ ହେଉନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ମହିଳା ଓ ଶିଶୁଙ୍କ ସ୍ଵାସ୍ଥ୍ୟର କିପରି ଯତ୍ନ ନିଆଯିବ, ତାହା ଉପରେ କମିଟି ଜିଲ୍ଲା ପ୍ରଶାସନକୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।