ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ସାବାଡ଼ ହେବେ ସାଇବର ଅପରାଧି, ଇ-ଜିରୋ FIRର ଶୁଭାରମ୍ଭ କଲେ ଅମିତ୍ ଶାହ

Published By : Ankita S | May 20, 2025 12:18 PM

ନୂଆଦିଲ୍ଲୀ,୨୦/୦୫: ଆଉ ନିସ୍ତାର ନାହିଁ । ସାବାଡ଼ ହେବେ ସାଇବର ଅପରାଧି । ଖୋଜି ଖୋଜି ଅପରାଧିବାକୁ ଗିରଫ କରାଯିବ । ସାଇବର କ୍ରାଇମ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପାଇଲଟ ପ୍ରୋଜେକ୍ଟ ଜରିଆରେ ଦିଲ୍ଲୀରେ ଇ-ଜିରୋ ଏଫଆଇଆରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (୧୪ସି) ସାଇବର ଅପରାଧୀଙ୍କୁ ଧରିବାକୁ ଇ-ଜିରୋ ଆରମ୍ଭ ହୋଇଥିବା କହିଛନ୍ତି ଗୃହମନ୍ତ୍ରୀ । ଖୁବଶୀଘ୍ର ପୁରା ଦେଶରେ ଲାଗୁ ହେବ ।

ଇ-ଜିରୋ FIRର ଶୁଭାରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ''ଦିଲ୍ଲୀରେ ଏହା ପାଇଲଟ ପ୍ରୋଜେକ୍ଟ ରୂପରେ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସାଇବର ଅପରାଧ ରିପୋଟିଂ ପୋର୍ଟାଲ (ଏନସିଆରପି) ଏବଂ ହେଲ୍ପଲାଇନ ନମ୍ବର ୧୯୩୦ରେ ଦାୟର ସାଇବର ଅପରାଧକୁ ସ୍ୱଚାଳିତ ରୂପରେ ଏଫଆଇରରେ ବଦଳାଇ ଦେବ । ପ୍ରାରମ୍ଭରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ ଏହା ଲାଗୁ ହେବ । ଖୁବଶୀଘ୍ର ସମଗ୍ର ଦେଶରେ ଏହା ଲାଗୁ ହେବ । ଏଥିରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ସହଜରେ ଟଙ୍କା ଫେରି ପାଇବେ ଏବଂ ସାଇବର ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସହୟତା ମିଳିବ । ଏହା ଲାଗୁ ହୋଇଥିବା ନୂଆ ଅପରାଧିକ ଆଇନର ପ୍ରାବଧାନର ଉପଯୋଗ କରିଥାଏ ।''

'ସାଇବର ସୁରକ୍ଷିତ ଭାରତ' ପକ୍ଷରୁ ପଦକ୍ଷେପ- ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ସାଇବର ସୁରକ୍ଷିତ ଭାରତ' ଦୂରଦୃଷ୍ଟି ପ୍ରାପ୍ତ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟରେ ଆଇ୪ସିର ସମୀକ୍ଷା ବୈଠକରେ ଏହା ଲାଗୁ ହୋଇଥିଲା । ଯେଉଁଥିରେ ସାଇବର  ଅପରାଧର ଶିକାର ହୋଇଥିବା ବ୍ୟକ୍ତି ତାଙ୍କ ଟଙ୍କା ଫେରି ପାଇବେ । ଜିରୋ ଏଫଆଇର ଆପେ ଆପେ ଦାୟର ହେବ । ଦିଲ୍ଲୀ ପୋଲିସ ଏବଂ ଆଇ୪ସି ଭାରତୀୟ ନାଗରିକ ସଂହିତା ଧାରା ୧୭୩ (୧) ଏବଂ ୧ (ii)ର ନୂଆ ପ୍ରାବଧାନ ଅନୁସାରେ ମାମଲା ପଞ୍ଜୀକରଣ ପ୍ରକ୍ରିୟା ଲାଗୁ କରିବାକୁ କାମ କରିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.