ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ପାକିସ୍ତାନକୁ ନିଜର ବଜେଟ୍ ତିଆରି କରିବାର ବି ନାହିଁ ଅଧିକାର, IMF ର ରହିଛି ୫୦ ସର୍ତ୍ତ

Published By : Prameya | May 20, 2025 6:02 PM

ନୂଆଦିଲ୍ଲୀ,୨୦।୫:  ପାକିସ୍ତାନର ବହୁ ଅନୁରୋଧ ପରେ ଆଇଏମ୍ଏଫ୍‌ରୁ ଏକ ଅରବ ଡଲାର ଲୋନ୍ ମିଳିଥିଲା। ଦୀର୍ଘ ସମୟ ଧରି ପାକିସ୍ତାନ ଓ୍ବାର୍ଲ୍ଡ ବ୍ୟାଙ୍କ, ଆଇଏମ୍‌ଏଫ୍ ଓ ଚୀନ୍ ଭଳି ଦେଶରୁ ଋଣ ନେଇ ତା ସାହାରାରେ ଚାଲିଛି। ବହୁବାର ସାଉଦି ଆରବରୁ ମଧ୍ୟ ତାକୁ ଶସ୍ତା ତେଲ ଓ ଆର୍ଥିକ ସାହାଯ୍ୟ ମିଳୁଥିଲା। କିନ୍ତୁ ଏହାର ବଦଳରେ ତା’ର ସାର୍ବଭୌମତ୍ବ ଲଗାତାର ହ୍ରାସ ପାଇବାରେ ଲାଗିଛି। ଏପରିକି ‌ସେ ନିଜ ଦେଶର ବଜେଟ୍ ମଧ୍ୟ ନିଜେ ଧାର୍ଯ୍ୟ କରିପାରୁନି। ୨ ଜୁନ୍‌ରେ ପାକିସ୍ତାନ ପକ୍ଷରୁ ଦେଶର ବଜେଟ୍ ଆଗତ କରିବାର ପ୍ରସ୍ତୁତି ଚାଲିଛି ଓ ଏହା ପୂର୍ବରୁ ଆଇଏମ୍‌ଏଫ୍‌ ସହ  ଚର୍ଚ୍ଚା କରିବ।  ଏହାପରେ ଯାଇ ପ୍ରସ୍ତାବ ଧାର୍ଯ୍ୟ କରାଯିବ। ଆଇଏମ୍‌ଏଫ୍‌ର ଏକ ଟିମ୍ ସୋମବାର ଇସଲାମାବାଦରେ ପହଁଞ୍ଚିଥିଲା। ଏବେ ପାକିସ୍ତାନର ଅର୍ଥମନ୍ତ୍ରଣାଳୟ ଅଧିକାରୀ ପ୍ରଥମେ ଆଇଏମ୍‌ଏଫ୍‌ର ଟିମ୍‌ର ପରାମର୍ଶ ନେବ ଓ ଏହାପରେ ବଜେଟ୍ ଫାଇନାଲ ହେବ।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଏମ୍‌ଏଫ୍ ଧାର୍ଯ୍ୟ କରିବ ପାକିସ୍ତାନରେ ଇନଫ୍ରାଷ୍ଟ୍ରକଚର ପାଇଁ କେତେ ଫଣ୍ଡ ଧାର୍ଯ୍ୟ କରାଯିବ। ପୂର୍ବରୁ ଚାଲିଆସିଥିବା ଋଣ ସୁଧା ପରିଶୋଧ କରିବାରେ କେତେ ଟଙ୍କା ଧାର୍ଯ୍ୟ ହେବ ଓ ସୁଧାର ଉପରେ କ’ଣ ଖର୍ଚ୍ଚ ହେବ। ଏହା ପୂର୍ବରୁ ମଧ୍ୟ ଗତ କଛି ବର୍ଷ ହେବ ପାକିସ୍ତାନର ବଜେଟ୍‌କୁ ତିଆରି କରିବାରେ ଆଇଏମ୍‌ଏଫ୍ ଦଖଲ ଦେଉଛି। ଆଇଏମ୍‌ଏଫ୍‌ର କହିବା ଅନୁସାରେ, ପାକିସ୍ତାନର ବଜେଟ୍ ଏଭଳି ରହିବା ଦରକାର। ଯେଉଁଥିରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିହେବ। ଏହାଛଡା ଏକ ବଫର ମଧ୍ୟ ତିଆରି କରାଯିବ। ଉଲ୍ଲେଖନୀୟ ଯେ, ଆଇଏମ୍ଏଫ୍‌ ପାକିସ୍ତାନକୁ ନୂଆ କିସ୍ତି ଜାରି କରିବା ପୂର୍ବରୁ ୧୧ ନୂଆ ସର୍ତ୍ତ ମଧ୍ୟ ରଖିଥିଲା। ଏଭଳି ଭାବରେ ଆଇଏମ୍‌ଏଫ୍‌ ପକ୍ଷରୁ ଏପର୍ଯ୍ୟନ୍ତ  ପାକିସ୍ତାନ ଉପରେ ମୋଟ ୫୦ଟି ସର୍ତ୍ତ ଲଦି ଦିଆଯାଇଛି। '

ଆଇଏମ୍‌ଏଫ୍‌ର ସର୍ତ୍ତ ଅନୁସାରେ, ପାକିସ୍ତାନର ମୋଟ ବଜେଟ୍ ୧୭.୬ ଟ୍ରିଲିୟନ ଟଙ୍କାର ହେବ। ଏହାଛଡା ତାକୁ ୧.୦୭ ଟ୍ରିଲିୟନ ଟଙ୍କାର ବିକାଶ ଉପରେ ଖର୍ଚ୍ଚ କରିବର ଅଧିକାର ହେବ। ଏହାଛଡା ଟ୍ୟାକ୍ସ ଢାଞ୍ଚାକୁ ମଜବୁତ କରିବା ଓ ଏଗ୍ରିକଲଚର ଇନକମ୍ ଉପରେ ଟ୍ୟାକ୍ସ ଲଗାଇବାର ପ୍ରସ୍ତାବ ରଖାଯାଇଛି।  କେବଳ ସେତିକି ନୁହେଁ ଆଇଏମ୍‌ଏଫ୍‌ର ସର୍ତ୍ତ ଆଧାରରେ ପାକିସ୍ତାନ ସରକାରଙ୍କୁ ଗର୍ଭନେନ୍ସ ଆକ୍ସନ ପ୍ଲାନ୍ ମଧ୍ୟ ପ୍ରକାଶିତ କରିବାକୁ ହେବ। ଏହା ଏଥିପାଇଁ କରାଯିବ ଯେପରି ପାକିସ୍ତାନ ସରକାରଙ୍କୁ ଯାହା ସୁଧାର କରିବାର ଅଛି, ତା ଉପରେ ଜନତାଙ୍କର ମଧ୍ୟ ନଜର ରହିଛି। କେବଳ ସେତିକି ନୁହେଁ ବିଜୁଳି ଦର ଛାଡ ଉପରେ ମଧ୍ୟ ଲଗାମ ଲଗାଯାଇଛି ଓ ଆବଶ୍ୟକତାଠାରୁ ଅଧିକ ଛାଡ ପାକିସ୍ତାନ ସରକାର ନିଜ ଜନତାକୁ ଦେଇପାରିବେନି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.