ନୂଆଦିଲ୍ଲୀ: ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ମିଳିବ । କୌଣସି ବିଚାରପତି ଜିଲ୍ଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି, ସେଥିରେ କୌଣସି ପାର୍ଥକ୍ୟ ରହିବ । ସେମାନେ ସମାନ ପେନସନ ଓ ଅବସରକାଳୀନ ସୁବିଧା ପାଇବାକୁ ହକଦାର । ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ରାୟରେ ଶୁଣାଇ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।
ସୂଚନା ଅନୁଯାୟୀ, ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିମାନେ ବାର୍ଷିକ ୧୫ ଲକ୍ଷ ଟଙ୍କା ପେନସନ ଭାବରେ ପାଇବେ । ସେହିପରି ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନଙ୍କୁ ବାର୍ଷିକ ₹୧୩.୬ ଲକ୍ଷ ଟଙ୍କା ପୂର୍ଣ୍ଣ ପେନସନ ପ୍ରଦାନ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସମସ୍ତ ବିଚାରପତି, ସେମାନେ ବାରରୁ ପଦୋନ୍ନତି କିମ୍ବା ଅଧସ୍ତନ ନ୍ୟାୟାଳୟରୁ ପଦୋନ୍ନତି ପାଇ ନ୍ୟାୟପାଳିକାରେ କିପରି ପ୍ରବେଶ କରିଥିଲେ କିମ୍ବା ନିଯୁକ୍ତି ପାଇଥିଲେ ସେଥିରେ କୌଣସି ପାର୍ଥକ୍ୟ ରହିବ ନାହିଁ । ଗୋଟିଏ ନିୟମରେ ସମସ୍ତଙ୍କୁ ସମାନ ଲାଭ ମିଳିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ପ୍ରଧାନ ବିଚାରପତି ବି.ଆର. ଗବାଇ ଏବଂ ବିଚାରପତି ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ନିଯୁକ୍ତି ପଦ୍ଧତି ଆଧାରରେ ବିଚାରପତିମାନଙ୍କ ମଧ୍ୟରେ ଅବସର ପରବର୍ତ୍ତୀ ସୁବିଧାରେ ପାର୍ଥକ୍ୟ କରିବା ସମ୍ବିଧାନର ଧାରା ୧୪ ସମାନତାର ଅଧିକାରକୁ ସୁନିଶ୍ଚିତ କରେ । ଅବସର ପରେ ଟର୍ମିନାଲ୍ ସୁବିଧା ପାଇଁ ବିଚାରପତିମାନଙ୍କ ମଧ୍ୟରେ କୌଣସି ପ୍ରକାରର ପାର୍ଥକ୍ୟ ରହିବ ନାହିଁ । ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର । ଜଣେ ବିଚାରପତି ଜିଲ୍ଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି, ସେଥିରେ କୌଣସି ପାର୍ଥକ୍ୟ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛ