ନୂଆଦିଲ୍ଲୀ,୨୦/୦୫: ଭାରତର ରେଞ୍ଜ ଭିତରେ ପୁରା ପାକିସ୍ତାନ । ପାକିସ୍ତାନର ଯେ କୌଣସି ସ୍ଥାନକୁ ଟାର୍ଗେଟ କରିପାରିବ ଭାରତ । କେଉଁଠି ବି ଲୁଚିବାକୁ ମିଳିବନି ସ୍ଥାନ । ଆର୍ମି ହେଡ଼କ୍ୱାର୍ଟର ରାୱଲପିଣ୍ଡିକୁ ବଦଳାଇଲେ ବି କିଛି ଫରକ ପଡିବ ନାହିଁ । ପାକିସ୍ତାନର ଆତଙ୍କୀ ହମଲାର ଜବାବରେ ଭାରତ ତାର ଠିକଣାକୁ ଛାରଖାର କରି ଦେଇଛି । ଲୁଚିବାକୁ ହେଲେ ପାକିସ୍ତାନକୁ ଗଭୀର ଗର୍ତ୍ତ ଖୋଳିବାକୁ ହେବ । ଅପରେସନ୍ 'ସିନ୍ଦୂର' ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ ସେନାର ଟଫ୍ ଅଫିସର ଡିଜି ଲେପ୍ଟନାଣ୍ଟ ସମର ଇଭାନ ଡି ଚୁହ୍ନା ।
ଏକ ସାକ୍ଷତକାରରେ ଲେପ୍ଟନାଣ୍ଟ ସମର ଇଭାନ ଡି ଚୁହ୍ନା କହିଛନ୍ତି, ପହଲଗାମ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଆତଙ୍କୀ ଠିକଣାକୁ ଭାରତ ଛାରଖାର କରିଥିଲା । ବିଳବିଳାଉ ଥିବା ପାକିସ୍ତାନ ଭାରତ ଉପରେ ଆଟାକ୍ କରିଥିଲା । ଯାହା ତାର ସବୁଠୁ ବଡ଼ ଭୁଲ ଥିଲା । ପାକିସ୍ତାନ ୮୦୦ରୁ ୧୦୦୦ ଡ୍ରୋନ୍ ଛାଡିଥିଲା । ଭାରତ ତାର ସବୁ ପ୍ଲାନକୁ ଫେଲ୍ କରିଥିଲା । ପାକ୍ ଏୟାରବେସ୍କୁ ଧ୍ୱଂସ କରିଥିଲା । ପାକିସ୍ତାନ କେବେ କଳ୍ପନା କରି ନଥିଲା କି ଭାରତୀୟ ସେନା ଏତେ ଶକ୍ତିଶାଳୀ । ତାର ନିଦ ଉଡ଼ାଇ ଦେଇଥିଲେ ଆମ ସେନା ।''
ଅଧିକ ପଢନ୍ତୁ...ସାବାଡ଼ ହେବେ ସାଇବର ଅପରାଧି, ଇ-ଜିରୋ FIRର ଶୁଭାରମ୍ଭ କଲେ ଅମିତ୍ ଶାହ
ଅପରେସନ୍ ସିନ୍ଦୂର ବାବଦରେ କହି ଡି ଚୁହ୍ନା କହିଛନ୍ତି,'' ଭାରତ ପାଖରେ ପାକିସ୍ତାନର ସମୂଚ କ୍ଷେତ୍ରରେ ଟାର୍ଗେଟ କରିବାର କ୍ଷମତା ରହିଛି । ପାକିସ୍ତାନର ଯେକୌଣସି ସ୍ଥାନକୁ ଭାରତ ଟାର୍ଗେଟ କରିପାରେ । ପୁରା ପାକିସ୍ତାନ ଭାରତ ରେଞ୍ଜରେ ରହିଛି । ପାକିସ୍ତାନର ତାର ସେନା ମୁଖ୍ୟାଳୟ ରାୱଲପିଣ୍ଡରୁ ପରିବର୍ତ୍ତନ କଲେ ବି କିଛି ଲାଭ ହେବ ନାହିଁ । ତାକୁ ଲୁଚିବାକୁ ଗଭୀର ଗର୍ତ୍ତ ଖୋଳିବାକୁ ପଡ଼ିବ । ମୁଁ କେବଳ ଏତିକି କହିବାକୁ ଚାହିଁବି ପାକିସ୍ତାନକୁ ମାତ ଦେବାକୁ ଭାରତ ପାଖରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ଅଛି । ଆଧୁନିକ ସ୍ୱଦେଶୀ ଟେକନିକ୍ ଅସ୍ତ୍ର ରହିଛି । ସେ ଯେଉଁଠି ବି ରହୁ ସେ ଆମ ସୀମାରେ ରହିବ ।''