ନୂଆଦିଲ୍ଲୀ,୨୦/୦୫: ୟୁସୁଫ ପଠାନ ଆଉଟ୍ ଅଭିଷେକ୍ ଇନ୍ । ୪୮ ଘଣ୍ଟାରେ ପଲଟିଗଲା ଟିଏମ୍ସି । ଅପରେସନ୍ ସିନ୍ଦୂର ନେଇ ସର୍ବଦଲୀୟ ପ୍ରତିନିଧି ଦଳରେ ଅଭିଷେକ ବାନାର୍ଜୀ ସାମିଲ ହୋଇଛନ୍ତି । ୟୁସୁଫ ପଠାନଙ୍କ ସ୍ଥାନରେ ଟିମ୍ରେ ଅଭିଷେକଙ୍କୁ ସାମିଲ କରାଯାଇଛି । କେନ୍ଦ୍ର ସହ ଆଲୋଚନା ପରେ ଅଭିଷେକଙ୍କ ନାମ ଘୋଷଣା ହୋଇଛି । ସାଂସଦ ସଞ୍ଜୟ ଝା ଙ୍କ ନେତୃତ୍ୱରେ ଟିମ୍ରେ ରହିବେ ଅଭିଷେକ । ଗତକାଲି (ସୋମବାର) ୟୁସୁଫଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲା ତୃଣମୂଳ କଂଗ୍ରେସ ।
ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ୟୁସୁଫ ପଠାନଙ୍କୁ କେନ୍ଦ୍ର ସରକାର ଦଳର ପ୍ରତିନିଧି ଭାବରେ ବାଛିବା ପରେ ସେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀରୁ ଓହରି ଯାଇଥିବା ରିପୋର୍ଟରୁ ଜଣାପଡିଥିଲା । ଟିଏମସି କହିଥିଲା କି, ଚୟନ "ଏକପାକ୍ଷିକ" ଥିଲା ଏବଂ ଏହା "ସମ୍ବନ୍ଧିତ ଦଳର ନେତୃତ୍ୱଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବାର ଥିଲା"। ଯଦିଓ ପଠାନଙ୍କ ନିଷ୍ପତ୍ତିର ସଠିକ୍ କାରଣ ଅସ୍ପଷ୍ଟ ରହିଛି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଉଭୟ ଦୃଢ଼ ଭାବରେ କହିଥିଲେ ଯେ, ପ୍ରତିନିଧିମଣ୍ଡଳ ପାଇଁ ଦଳର ପ୍ରତିନିଧି ବାଛିବାର ଅଧିକାର କେନ୍ଦ୍ରର ରହିବା ଉଚିତ୍ ନୁହେଁ।
ଅପରସେନ 'ସିନ୍ଦୂର'ର ଶକ୍ତି, ସାମର୍ଥ୍ୟ ଜାଣିବ ବିଶ୍ୱ । ଖୋଲିବ ପାକିସ୍ତାନ ପୋଲ୍ । ସ୍ପେଶାଲ-୭ ସ୍କ୍ୱାଡ ଗଠନ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ବିଦେଶ ଯିବ ଏହି ଟିମ୍ । ପ୍ରତ୍ୟେକ ଟିମ୍ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା ।