ଭୁବନେଶ୍ଵର, ୨୦/୦୫ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ସକାଳୁ ସକାଳୁ ଅସମ୍ଭାଳ ଗୁଳିଗୁଳି ସାଙ୍ଗକୁ ମାଡ଼ି ଆସୁଛି ଖରା। ଦିନ ୯ଟା ବେଳକୁ ଦାଉ ସାଧୁଛି ମୁଣ୍ଡ ଫଟା ଖରା। ଘରୁ ବାହାରିବା ହୋଇଯାଉଛି ମୁସ୍କିଲ। ରାଜଧାନୀରେ କଲବଲ କରୁଛି ଭୀଷଣ ଗୁଳୁଗୁଳି। ୩୭ ଡିଗ୍ରୀରେ ଅନୁଭବ ହେଲା ୪୬ ଡିଗ୍ରୀ ଭଳି ତାତି। ମଙ୍ଗଳବାର ଭୁବନେଶ୍ଵରରେ ତାପ ସୂଚକାଙ୍କ ୪୬ ଡିଗ୍ରୀ ରେକର୍ଡ ହୋଇଛି। ଦିନ ସାଢେ ୧୧ଟାରେ ତାପମାତ୍ରା ୩୭.୪ ଡିଗ୍ରୀ ଏବଂ ଆର୍ଦ୍ରତା ୪୮.୭% ରେକର୍ଡ ହୋଇଛି।
ସେପଟେ ଆସନ୍ତା ୨୧ ରୁ ୨୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବଢ଼ିବ। ଏହାର ପ୍ରଭାବରେ ଘଡ଼ଘଡ଼ି ସହିତ ଅଧିକ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି।