ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଆଜିଠୁ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଶୁକ୍ରବାର ଏକାଦଶୀରେ ପ୍ରଥମ ଜଳକ୍ରୀଡ଼ା

Published By : Prameya | May 21, 2025 10:32 AM

ପୁରୀ, ୨୧/୦୫ : ବୁଧବାରଠାରୁ ବଡ଼ଦେଉଳରେ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ଦିନିଆ ଭିତର ଚନ୍ଦନ ଯାତ୍ରା । ଶୁକ୍ରବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଅନୁଷ୍ଠିତ ହେବ ପ୍ରଥମ ଜଳକ୍ରୀଡ଼ା ଉତ୍ସବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରେ ‘ଜଳକ୍ରୀଡ଼ା’ କରିବେ । ସୁବାସିତ ପୁଷ୍ପ, କର୍ପୂର, ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହେବେ । 

ପୂଜାପଣ୍ଡା ସାଆନ୍ତ ପଞ୍ଚୋପଚାରରେ ଶୀତଳ ଭୋଗ ପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ। ମୁଦିରସ୍ତ ପ୍ରସାଦ ଲାଗି କରିବେ । ଚନ୍ଦନ ପାଣି ପିଚକାରୀ ନୀତି ବଢ଼ିବ । ଏହି ଅବସରରେ ଠାକୁରଙ୍କ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ। ଏଥିସହ ୨୭ ତାରିଖ ମଙ୍ଗଳବାର ସାବିତ୍ରୀ ଅମାବାସ୍ୟା, ଜୁନ୍‌ ୧ ତାରିଖ ରବିବାର ଶୀତଳ ଷଷ୍ଠୀ ଓ ୬ ତାରିଖ ଶୁକ୍ରବାର ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.