ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

Published By : Prameya | May 21, 2025 4:31 PM

ଭୁବନେଶ୍ବର,୨୧।୫ : ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ।  କଳା,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଏକା ସଙ୍ଗେ  ପ୍ରକାଶ ପାଇଛି। ସିଏଚସିଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି।  ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ  ମୃଣାଳକାନ୍ତି ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିର୍ଦେଶକ ରଘୁରାମ ଆର୍ ଆୟର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଚିବ ଶୁଭ୍ରବାଳା ବେହେରା, ପରିକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ।

ଯୁକ୍ତ ୨ ପରୀକ୍ଷା ପାଇଁ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପଞ୍ଜିକରଣ କରିଥିଲେ। ୩ ଲକ୍ଷ ୮୨ ହଜାର ୭୨୯ ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ୩ ଲକ୍ଷ ୨୦ ହଜାର ୧୬୨ ପାସ୍ କରିଛନ୍ତି। ୧,୪୩,୫୧୨ ଛାତ୍ର ଏବଂ  ୧,୭୬,୦୦୦ ଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ୮୨.୭୭  ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି ।  ୭୭. ୮୮ ପ୍ରତିଶତ ଛାତ୍ରଙ୍କ ପାସ୍ ହାର ରହିଥିବା ବେଳେ ୮୭.୨ ପ୍ରତିଶତ ଛାତ୍ରୀଙ୍କ ପାସ୍ ହାର ରହିଛି। 

ଚଳିତ ବର୍ଷ ବିଜ୍ଞାନରେ ୮୭.୪୯ ପ୍ରତିଶତ ପାସ୍ ହାର ରହିଥିବାବେଳେ କଳାରେ  ୮୦.୫୧ ପ୍ରତିଶତ ଓ ବାଣିଜ୍ୟ ପାସ ହାର ରହିଛି ୮୩.୦୨ ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ପାସ୍ ହାର  ରହିଛି।  କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ସେହିପରି  ବିଜ୍ଞାନରେ ମଧ୍ୟ ଛାତ୍ରୀ ଆଗରେ ରହିଛନ୍ତି । ଛାତ୍ରଛାତ୍ରୀ  www.orissaresults.nic.in ୱେବସାଇଟରେ ରେଜଲ୍ଟ ଜାଣିପାରିବେ ।

କଳାରେ ବରଗଡ ଜିଲ୍ଲାରୁ ସର୍ବାଧିକ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ସେହିପରି ବାଣିଜ୍ୟରେ ନୟାଗଡ,ବିଜ୍ଞାନରେ ନୟାଗଡ ଓ  ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ବରରେ ସର୍ବାଧିକ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। 

ସୂଚନାଯୋଗ୍ୟ ଗତ ବର୍ଷ ବିଜ୍ଞାନରେ ୮୬.୯୩ ପ୍ରତିଶତ ପାସ୍ ହାର ରହିଥିବାବେଳେ କଳାରେ ୮୦.୯୫ ପ୍ରତିଶତ ଓ ବାଣିଜ୍ୟ ପାସ ହାର ୮୨.୨୭ ପ୍ରତିଶତ ରହିଥିଲା।  କଳା ଓ ବିଜ୍ଞାନରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.