ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ବାଲୁଗାଁ ବ୍ୟବସାୟୀଙ୍କଠୁ ଅଳଙ୍କାର ଲୁଟ୍ ଘଟଣା; ଦୁଇ ଅଭିଯୁକ୍ତ ଗିରଫ, ୩ଜଣ ଏବେବି ଫେରାର୍

Published By : Manash Sahoo | May 21, 2025 4:41 PM

ଖୋର୍ଦ୍ଧା ୨୧/୦୫: ବାଲୁଗାଁରେ ସୁନା ଅଳଙ୍କାର ବ୍ୟବସାୟୀ ପ୍ରହଲ୍ଲାଦ ନାୟକଠୁ ଲୁଟ୍ ଘଟଣାରେ ପୁଲିସରୁ ଆଶିଂକ ସଫଳତା । ଏହି ଚୋରି ଘଟଣାରେ ବାଲୁଗାଁ ପୁଲିସ ମୋଟ୍ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମହେଶ ପ୍ରଧାନ ଓ ରବି । ବୁଧବାର ଦିନ ପ୍ରାୟ ୧ଟା ବେଳେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ । ଅଭିଯୁକ୍ତଙ୍କୁ ଠାରୁ ୭ କିଲୋଗ୍ରାମ ରୁପା ଅଳଙ୍କାର ଓ ଲୁଟରେ ବ୍ୟବହୃତ ହୋଇଥିବା ଦୁଇଟି ବାଇକ୍ ଜବତ କରିଛି ବାଲୁଗାଁ ପୋଲିସ । ଏହି ଅଳଙ୍କାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ତେବେ ଏହି ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗରିଫ କରିବାରେ ବିଫଳ ହୋଇଛି ।

ସୂଚନା ଅନୁଯାୟୀ, ଏହି ଗତ ୯ ତାରିଖରେ ବାଲୁଗାଁ ଥାନା ଅନ୍ତର୍ଗତ ଉମାକାନ୍ତପୁର ଗାଁର ପ୍ରହଲ୍ଲାଦ ନାୟକ ବାଲୁଗାଁ, ବାଣପୁର ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରୁ ଅଳଙ୍କାର ନେଇ ଖଲିକୋଟ୍ ଅଭିମୁଖେ ଯାଉଥିଲେ । ଏହି ସମୟରେ  ନିର୍ମିଖେତା ଗାଁ ନିକଟରେ ୫ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍ କରିଥିଲେ । ଦୁଇ ରାଉଣ୍ଡ ଗୁଳି ଫୁଟାଇ ୧୫କିଲୋଗ୍ରାମ ରୂପା ଅଳଙ୍କାର ସହିତ କିଛି ସୁନା ଅଳଙ୍କାର ଲୁଟି ନେଇଥିବା ପ୍ରହଲ୍ଲାଦଙ୍କ ପତ୍ନୀ ସୁନିତା ନାୟକ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସପି ସାଗରିକା ନାଥ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଂଜୟ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗଠନ କରିଥିଲେ । ପରେ ଏହି ଟିମ୍ ଗଞ୍ଜାମ ଜିଲ୍ଲାର କୋଟିନଡ଼ା ଥାନା ଅନ୍ତର୍ଗତ ସାପୁର ଗାଁରେ ଚଢ଼ାଉ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ଅଭିଯୁକ୍ତ ମାନେ ମହେଶ ପ୍ରଧାନ ଓ ରବି । ସେମାନଙ୍କଠୁ ୭ କିଲୋଗ୍ରାମ ରୁପା ଓ ଦୁଇଟି ବାଇକ୍ ଜବତ ହୋଇଛି ।...

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.