ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଓବିସିଙ୍କୁ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ; ସଭାରେ ନିଜ ଦଳକୁ ତେରଛା ବାଣ ମାରିଲେ ରାଜା ସ୍ବାଇଁ

Published By : Manash Sahoo | May 21, 2025 5:26 PM

ଭୁବନେଶ୍ୱର ୨୧/୦୫ : ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି କରିଛି ଆନ୍ଦୋଳନ । ରାଜଭବନ ଆଗରେ ବିଜୁ ଜନତା ଦଳର ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ପ୍ରତିବାଦ ଆନ୍ଦୋଳନରେ ବହୁ ସଂଖ୍ୟାରେ ବିଜେଡି ନେତା, କର୍ମକର୍ତ୍ତା ସାମିଲ ହୋଇଥିଲେ । ଏଥିରେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା । ହେଲେ ବରିଷ୍ଠ ନେତା ରାଜା ସ୍ବାଇଁ ନିଜ ଦଳକୁ ତେରଛା ବାଣ ମାରିଛନ୍ତି । ସେ କହିଛନ୍ତି, ପୂର୍ବର ବିଜେଡି ସରକାର ଏବଂ ନବୀନ ସରକାରଙ୍କ କ୍ଷମତାଶାଳୀ ଗୋଷ୍ଠୀ ଓବିସି ପ୍ରସଙ୍ଗ ନିର୍ବାଚନ ପୂର୍ବରୁ ଉଠାଇଥିଲେ ଆଜି ରାଜ୍ୟ ରାଜନୀତିର କିଛି ଭିନ୍ନ ଚିତ୍ର ରହିଥାନ୍ତା । ଯେତେବେଳେ ସମଗ୍ର ଦେଶରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଚାଲିଥିଲା, ସେତେବେଳେ ଆମେ ଟିକେ ଦ୍ଵନ୍ଦ୍ବ ଭିତରେ ରହି ଯାଇଥିଲୁ । ଅଜି ଏହି ଦ୍ବନ୍ଦ୍ବ ବୋଧ ହୁଏ ହଟିଯାଉଛି, ଆଉ ହଲର ବଲର ହେବାର ନାହିଁ, ଏଣିକି ଗୋଟିଏ ସିଧା ଧାଡ଼ିରେ ଯିବାର ଅଛି ବୋଲି ରାଜା ସ୍ବାଇଁ କହିଛନ୍ତି ।   

ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡିର ହିସାବ କିତାବ ଠିକ୍ ଥିଲା କିନ୍ତୁ ଅଙ୍କ ଭୁଲ ଥିଲା l ଆମ ପାଖରେ ଏବେ ଚ୍ୟାଲେଞ୍ଜ ରହିଛି, କୁଆଡ଼େ ଯିବା ନାହିଁ କି ହଲର ବଲର ହେବା ନାହିଁ l ଆଜି ନିଅଁ ପଡ଼ିଲା, ଯେଉଁମାନେ ଦଳ ଭିତରେ ରହି ଏସି/ଏସଟି ଓ ଓବିସି କଥାକୁ ହୀନ ମନ୍ୟ କରୁଥିଲେ, ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜା । ଏସି/ଏସଟି ଓ ଓବିସି ଲୋକଙ୍କ ସହିତ ବିଜୁ ବାବୁ ଙ୍କର ସମ୍ପର୍କ ଭଲ ଥିଲା । ସେ ଚାହିଦାକୁ ଯେଉଁମାନେ ଅଗଲ ବଗଲ କରିଛନ୍ତି, ଟିକେ ସିଧା ରାସ୍ତାକୁ ଆସିବାକୁ ହେବ ବୋଲି ବରିଷ୍ଠ ବିଜେଡି ନେତା ରହିଛନ୍ତି ।

ସେପଟେ ଓବିସି ସଂରକ୍ଷଣ ଦାବି ପୂରଣ ନହେଲେ ଆଗକୁ ପୁନର୍ବାର ଆନ୍ଦୋଳନ ହେବ ବୋଲି ବିଜେଡି ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି । ବିଜେଡି ଓବିସି ସେଲ୍ ଆବାହକ କହିଛନ୍ତି, ଓବିସି ପିଲାଙ୍କୁ ସମସ୍ତ ଶିକ୍ଷା ଓ ନିଯୁକ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା l ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବହୁ ସଂଖ୍ୟାରେ କର୍ମୀ ଏଥିରେ ସାମିଲ ହୋଇଥିଲେ l କର୍ମୀଙ୍କ ପ୍ରବଳ ଭିଡ଼ ଯୋଗୁ ରାଜଭବନକୁ ସଂଯୋଗ କରୁଥିବା ସବୁ ରାସ୍ତା କିଛି ସମୟ ଧରି ଜାମ୍ ରହିଥିଲା l ବିଜେଡିର ସଂଗଠନିକ ପୁନଃବିନ୍ୟାସ ପରେ ପ୍ରଥମ ଥର ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡି l ଆନ୍ଦୋଳନ ପରେ ରାଜ୍ୟପାଳଙ୍କୁ ଦାବି ପତ୍ର ଦିଆଯାଇଛି । ଓବିସିଙ୍କୁ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ଏବଂ ଏସି/ଏସଟି ଙ୍କୁ  ସେମାନଙ୍କ ଅନୁପାତ ଅନୁସାରେ ସଂରକ୍ଷଣ ଦିଆନଗଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ବରିଷ୍ଠ ଅରୁଣ ସାହୁ କହିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.