ଭୁବନେଶ୍ୱର,୨୧/୫:ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ। ଡ଼. ଝୁମକି ରଥ ପରୀକ୍ଷା ଫଳ- ୨୦୨୫ କୁ ଉନ୍ମୋଚୋନ କରିଥିଲେ l
ଏହି ଉତ୍ସବରେ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ଼ ମାନସ ଭୁୟାଁ , ଉପ ପରୀକ୍ଷା ନିୟନ୍ତ୍ରକ ଜୟନ୍ତୀ ବେହେରା, ସ୍ମୃତି ରଞ୍ଜନ ସାହୁ, ଡ଼ ଚିନ୍ମୟ ପଟେଲ, ବରିଷ୍ଠ ଅଧ୍ୟାପକ ଡ଼ ଶୁଭ୍ରାଂଶୁ ବେହେରା, ଡ଼ ନଳୀନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅଧ୍ୟକ୍ଷା କୃତୀ ବିଦ୍ୟାର୍ଥୀ ମାନଙ୍କୁ ଶୁଭେଛା ଜଣାଇଥିଲେ।