ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ସରକାରୀ ନାମଲେଖା, ଘରୋଇରେ ପାଠପଢ଼ା, ବିନା ଅନୁମତିରେ ଚାଲିଛି ଘରୋଇ ସ୍କୁଲ

Published By : Prameya | May 21, 2025 1:11 PM

Image source : India Today

ଭୁବନେଶ୍ୱର,୨୧/୦୫ : ସରକାରୀ ସ୍କୁଲରେ ନାଁ ଗଡୁ଼ଛି । ଦିନେ ହେଲେ ସ୍କୁଲ ମାଟି ମାଡ଼ୁ ନାହାନ୍ତି । କିନ୍ତୁ ଉପସ୍ଥାନ ଖାତାରେ ସବୁ ଦିନ ଆସୁଥିବା ରେକର୍ଡ ରହୁଛି । ପରୀକ୍ଷା ବେଳେ ଆସୁଛନ୍ତି ସ୍କୁଲ । ଅସଲରେ ପାଠପଢ଼ା ହେଉଛି ଘରୋଇ ସ୍କୁଲରେ । ରାଜ୍ୟରେ ଥିବା ଅନେକ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ସ୍କୁଲରେ ଉପର ଶ୍ରେଣୀ ପାଇଁ ସରକାରୀ ଅନୁମତି ନଥିବାରୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଚିହ୍ନା ସରକାରୀ ସ୍କୁଲରେ ପିଲାଙ୍କୁ ନେଇ ନାମ ଲେଖାଉଛନ୍ତି । ପିଲାଙ୍କଠୁ ନାମଲେଖା ଫି, ଟିଉସନ ଫି ଆଦି ଆଦାୟ କରୁଛନ୍ତି । ଏପରିକି ମାଟ୍ରିକ୍‌ ପରୀକ୍ଷା ସାର୍ଟିଫିକେଟ ଦେବା ବେଳକୁ ମନଇଚ୍ଛା ଟଙ୍କା ଆଦାୟ କରୁଛନ୍ତି । ନଦେଲେ ସାର୍ଟିଫିକେଟ ନଦେବାର ଧମକ ଦେଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ଅନେକ ଅଭିଭାବକ । 

ଅଭିଯୋଗ ଅନୁଯାୟୀ, ଜଟଣୀର ଏକ ଘରୋଇ ସ୍କୁଲକୁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ାଇବାର ଅନୁମତି ମିଳିଛି। ହେଲେ ସେଠାରେ ନବମ ଓ ଦଶମ ଶ୍ରେଣୀ ପାଠ ପଢ଼ା ଯାଉଛି ବୋଲି ସ୍କୁଲ କର୍ତ୍ତୃପକ୍ଷ ଦାବି କରୁଛନ୍ତି । ପିଲାଙ୍କର ଅଷ୍ଟମ ଶ୍ରେଣୀ ସରିବା ମାତ୍ରେ ଅଭିଭାବକ ସ୍କୁଲରୁ ସିଏଲ୍‌ସି ନେଇ ଯିବା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଉକ୍ତ ସ୍କୁଲରେ ପାଠ ପଢ଼ାଇବାକୁ ଅଭିଭାବକଙ୍କୁ ବାଧ୍ୟ କରୁଛନ୍ତି । ଅଭିଭାବକ ଯଦି ପ୍ରଶ୍ନ କରୁଛନ୍ତି ଆପଣଙ୍କ ସ୍କୁଲରେ ତ ନବମ ଓ ଦଶମ ଶ୍ରେଣୀ ପାଇଁ ଅନୁମତି ନାହିଁ, କିପରି ନାମ ଲେଖାଇବେ । ସେମାନେ ଅଭିଭାବକଙ୍କୁ ଏକ ସରକାରୀ ସ୍କୁଲରେ ତାଙ୍କର ଚିହ୍ନା ଅଛି, ସେଠାରେ ନାଁ ଲେଖାଯିବ ଓ ଏଠାରେ ପାଠ ପଢ଼ାଯିବ ବୋଲି କହି ବୁଝାଉଛନ୍ତି। ଏମିତି ସରକାରୀ ସ୍କୁଲରେ ନାମ ଲେଖାଇଲେ ସମସ୍ତ ପ୍ରକାର ସରକାରୀ ସୁବିଧା ମିଳିବ, ସେଠାରେ ଉପସ୍ଥାନ ଆମେ ଦେଖିବୁ । ପରୀକ୍ଷା ଫଳ କିପରି ଭଲ ହେବ ସେଥିଲାଗି ଧ୍ୟାନ ଦେବୁ ବୋଲି ନାନାଦି କଥା କହି ପ୍ରଲୋଭିତ କରୁଛନ୍ତି । 

ପିଲା ନାମ ଲେଖାଇ ଦେବା ପରେ ଆରମ୍ଭ ହେଉଛି ଅସଲ ଖେଳ । ଉକ୍ତ ସ୍କୁଲ ସହ ସମ୍ପର୍କ ଥିବା ସରକାରୀ ସ୍କୁଲରେ ପିଲାଙ୍କର ନାମ ଲେଖାଯାଉଛି । ସେହି ସ୍କୁଲର କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଭଲ ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି । ପିଲାଟି ସରକାରୀ ସୁବିଧା ସୁଯୋଗ ପାଉଛି । ହେଲେ ଶ୍ରେଣୀ ଗୃହ ମାଡୁ଼ନି । ଘରୋଇ ସ୍କୁଲରେ ପାଠପଢ଼ା ଯାଉଛି । ସେଠାରେ ଟିଉସନ୍‌ ଫି, ନାମଲେଖା ଫି, ଫର୍ମପୂରଣ ଫି ଆଦି ଆଦାୟ କରାଯାଉଛି । କେବଳ ଏଇ ଗୋଟିଏ ସ୍କୁଲ ନୁହେଁ, ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରେ ଏପରି ୨ଟି ସ୍କୁଲ ଚାଲିଛି । ଏପରିକି ସ୍କୁଲ କର୍ତ୍ତୃପକ୍ଷ ଖୋଲାଖୋଲି ବିଜ୍ଞାପନ ପୋଷ୍ଟର ମାରି ପିଲାଙ୍କ ନାମଲେଖା ପାଇଁ ଆହ୍ୱାନ କରୁଛନ୍ତି । 

ସେହିପରି କଟକ, ଜଗତସିଂହପୁର ଜିଲ୍ଲାର ସୋମପୁରର ଏକ ଘରୋଇ ସ୍କୁଲରେ ସମାନ ଅବସ୍ଥା । ଦେବଗଡ଼ ଜିଲ୍ଲାର ଏକ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲରେ ଏପରି ନାମଲେଖା ଚାଲିଛି । ସେଠାରେ ପିଲାମାନେ ନିକଟରେ ଥିବା ସରକାରୀ ସ୍କୁଲର ନାମଲେଖାଇ ଏଠାରେ ପାଠ ପଢ଼ୁଛନ୍ତି । ମାଟ୍ରିକ ପରୀକ୍ଷା ସରକାରୀ ସ୍କୁଲ ମାଧ୍ୟମରେ ଦେଉଛନ୍ତି । ସବୁଠୁ ଆଶ୍ଟର୍ଯ୍ୟର କଥା ସାର୍ଟିଫିକେଟ୍‌ ଦେବା ବେଳକୁ ସରକାରୀ ସ୍କୁଲର ସାର୍ଟିଫିକେଟ୍‌ ଦସ୍ତଖତ ରେଜିଷ୍ଟର ଘରୋଇ ସ୍କୁଲକୁ ଆସୁଛି । ପିଲାମାନେ ଘରୋଇ ସ୍କୁଲରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ନେଉଛନ୍ତି । ସରକାରୀ ସ୍କୁଲର ଡକ୍ୟୁମେଣ୍ଟ କିପରି ଘରୋଇ ସ୍କୁଲକୁ ଆସୁଛି ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ । ସ୍ଥାନୀୟ ଅଞ୍ଚଳର ଶିକ୍ଷା ପ୍ରଶାସନ, ଜିଲ୍ଲା ଶିକ୍ଷା ପ୍ରଶାସନ ଏସବୁ ବାବଦରେ ଜାଣି ମଧ୍ୟ ଚୁପ୍‌ ଅଛନ୍ତି । ଏନେଇ ପ୍ରଶ୍ନ କଲେ କହୁଛନ୍ତି, ଆମେ ଜାଣିନାହୁଁ, ଖବର ଆସିଲେ ତଦନ୍ତ କରିବୁ । ଶିକ୍ଷା ବିଭାଗ ନିକଟରେ ଏନେଇ ଅଭିଭାବକମାନେ ଅଭିଯୋଗ ମଧ୍ୟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.