ପ୍ରମୂଖ ଖବର
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ବଡ଼ ପୁଅକୁ ହତ୍ୟା !, ମା’ ସହ ଭାଇ ଓ ୨ଭଉଣୀ ଅଟକ

Published By : Prameya | May 18, 2025 7:45 PM

ନାକଟିଦେଉଳ, ୧୮/୫ : ରେଢ଼ାଖୋଲ ଥାନା ଡଇଁଚା ସୁବର୍ଣ୍ଣପାଲିରୁ ମାଟି ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ମୃତକ ହେଲେ ବାଦଲ ପ୍ରଧାନ(୨୪)। ତାଙ୍କ ଘର ପାଚେରୀ କଡ଼ରୁ ୪ ଫୁଟ ତଳୁ ମୃତଦେହ ମିଳିଛି। ତେଣୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ଏଥିରେ ପରିବାର ଲୋକଙ୍କ ହାତ ଥିବା ସନ୍ଦେହରେ ମା’, ଭାଇ ଓ ୨ ଭଉଣୀଙ୍କୁ ଅଟକ ରଖାଯାଇଛି।

ଡଇଁଚା ପଞ୍ଚାୟତ ସୁବର୍ଣ୍ଣପାଲିରେ ବାଦଲ ପ୍ରଧାନଙ୍କ ପରିବାର ରୁହନ୍ତି। ତାଙ୍କର ୩ ଜଣ ସାନ ଭାଇ ଓ ୩ ଭଉଣୀ। ବାପା ପ୍ରାୟ ୨ ବର୍ଷ ହେବ ବାହାରେ ରହି କାମ କରନ୍ତି। ଏହାସହ ଅନ୍ୟ ୨ଜଣ ଭାଇ ମଧ୍ୟ ବାହାରେ ରୁହନ୍ତି । ଲୋକଙ୍କ କହିବା ଅନୁସାରେ, ପରିବାରରେ ନିୟମିତ କଳି ଝଗଡ଼ା ଲାଗି ରହେ । ଗତ ଶୁକ୍ରବାର ରାତିରେ ମଧ୍ୟ ଝଗଡ଼ା ହୋଇଥିବା ପଡ଼ୋଶୀ ଶୁଣିଥିଲେ। ହେଲେ ଏହା ନିତିଦିନିଆ ଘଟଣା ଭାବେ କେହି କିଛି କହିନଥିଲେ। କିନ୍ତୁ ଗତ ୩ ଦିନ ହେଲା ବଡ଼ ପୁଅ ବାଦଲଙ୍କ ଦେଖା ନ ଥିଲା। ଏହାସହ ଘର ପଛ ପଟୁ ଦୁର୍ଗନ୍ଧ ମଧ୍ୟ ହୋଇଥିଲା।ତେଣୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। 

 ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଖୋଳିଥିଲା। ସେଠାରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା। ଘର ପଛ ପାଚେରୀକୁ ଲାଗି ୪ ଫୁଟ ତଳୁ ମୃତଦେହ ମିଳିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ହତ୍ୟାକାଣ୍ଡରେ ବାଦଲଙ୍କ ମା’, ଭାଇ ଓ ୨ ଭଉଣୀ ହାତ ଥିବା ପୋଲିସ ସନ୍ଦେହ କରୁଛି। ପ୍ରାଥମିକ ତଦନ୍ତରୁ ପରିବାର ସଦସ୍ୟ ବଡ଼ ପୁଅକୁ ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି। ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ବୋଲି ରେଢ଼ାଖୋଲ ଏସଡିପିଓ ସୂଚନା ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.