କଟକ,୦୬/୦୧: ଆକ୍ସନ ମୁଡରେ ପୋଲିସ । ଗଞ୍ଜେଇ ଚାଷ ହେବ ମୂଳପୋଛ । ଗଞ୍ଜେଇ ଚାଷ କରୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ବତନ୍ତ୍ର ଅଭିଯାନ ଜାରି ରହିଛି । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶରେ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡିସେମ୍ବର ମାସ ୩୦ ତାରିଖ ସୁଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି ।
ରାଜ୍ୟର ବିଭିନ୍ନ ଥାନାରେ ୩୫୦ଟି ମାମଲା ରୁଜ୍ଜୁ ହୋଇଛି । ଏଥିରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ଗିରଫଙ୍କୁ ଗିରଫ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୧୨ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ୫ ହଜାର ୪୦୦ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି ଗଜପତି ଜିଲ୍ଲାରେ ୩୪ଟି ମାମଲା ରୁଜ୍ଜୁ ମାମଲା ରୁଜ୍ଜୁ କରାଯାଇଥିବାବେଳେ ୧ ହଜାର ୨୨ ଏକରରୁ ଅଧିକ ଗଞ୍ଜେଇ ନଷ୍ଟ କରାଯାଇଛି । ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ପୋଲିସ ପାଇଁ ବଡ ସଫଳତା ବୋଲି ଡିଜିପି କହିଛନ୍ତି । ଆଗାମୀ ଦିନରେ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଡିଜିପି ।
ରାଜ୍ୟରେ ୮ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବିରୋଧରେ ସ୍ପେଶାଲ ଡ୍ରାଇଭ ଚାଲିଛି । ରାୟଗଡା, ମାଲକାନଗିରି, କୋରୋପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋଉତ୍ପୋଟନ ନେଇ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରୁଛି । ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଚେତାବନୀ ଦେଇଛନ୍ତି ।