ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ହଂସିକାଙ୍କ କାମ ନ ଅଟକାଇବା ପାଇଁ କିଏ କରୁଥିଲା ଫୋନ୍‌ ? କ୍ରାଇମ୍‌ବ୍ରାଞ୍ଚକୁ ଯିବ ମାମଲା, ଖୋଳତାଡ଼ କରିବ ଇଡି

Published By : Prameya | January 7, 2025 10:04 AM

ଭୁବନେଶ୍ୱର ୦୭/୦୧: ପୂର୍ବତନ ଏମ୍‌ପିଙ୍କୁ ଠକେଇ କରି ଗିରଫ ହୋଇଥିବା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ଓରଫ ହଂସିକା ଓ ତାଙ୍କ ପାର୍ଟନର ଅନିଲ୍‌ ମହାନ୍ତିଙ୍କ ବିଷୟରେ ସ୍ପେଶାଲ୍‌  କ୍ରାଇମ୍‌ ୟୁନିଟ୍‌ ନୂଆ ତଥ୍ୟ ପାଉଛି । ଏମାନେ  କେମିତି କଳାଧନ ରୋଜଗାର କରୁଥିଲେ, ସେ  କଳା ଟଙ୍କାକୁ କେମିତି ଧଳା କରୁଥିଲେ ସେ  ବିଷୟରେ ପୁଲିସ୍‌ ହାତରେ କିଛି ପ୍ରମାଣ  ଲାଗିଛି । ସେଥିପାଇଁ ପୁଲିସ୍‌ ଆର୍ଥିକ ଗୁଇନ୍ଦା ଶାଖା  (ଏଫ୍‌ଆଇୟୁ)ର ସହଯୋଗ ନେବ ବୋଲି କହିଛି । 

ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଜାଣିବାକୁ ପାଇଛି ଯେ, ଅନିଲ୍‌ ଓ ହଂସିକା ଯାହା ଟଙ୍କା ରୋଜଗାର କରିଛନ୍ତି,  ତାହା ୨୦୧୮ରୁ ୨୦୨୪ ମଧ୍ୟରେ। ବ୍ୟାଙ୍କ୍‌ ଆକାଉଣ୍ଟ୍‌  ଯାଞ୍ଚ ସମୟରେ ବହୁ ତଥ୍ୟ ମିଳିଛି । ଅକାଉଣ୍ଟରେ ଟଙ୍କା କାରବାର ଅପେକ୍ଷା ନଗଦ ଆକାରରେ ଅଧିକା କାରବାର ହୋଇଛି । କ୍ରେଡିଟ୍‌ କାର୍ଡ ଖର୍ଚ୍ଚ, ବିଦେଶ ବୁଲା, ଅନ୍‌ଲାଇନ୍‌ କାରବାର ଓ ଅନ୍ୟ  ଅନ୍‌ଲାଇନ୍‌ ନିବେଶ ବିଷୟରେ ଜାଣିବା ପାଇଁ ପୁଲିସ୍‌  ଏଫ୍‌ଆଇୟୁର ସହଯୋଗ ନେବ । ଏଫ୍‌ଆଇୟୁର  ନୋଡାଲ୍‌ ଅଫିସ୍‌ର ହେଉଛନ୍ତି ଇଓଡବ୍ଲ୍ୟୁ ଏସ୍‌ପି ।  

ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଗିରଫ ଅଭିଯୁକ୍ତଙ୍କ ବିଷୟରେ ଏଫ୍‌ଆଇୟୁ ଠାରୁ ଯଦି ତଥ୍ୟ ଜାଣିବାକୁ ଚାହିଁବେ,  ତେବେ ନୋଡାଲ୍‌ ଅଫିସରଙ୍କ ଜରିଆରେ ତଥ୍ୟ  ମାଗିବେ । ଏଫ୍‌ଆଇୟୁଠାରୁ ପୁଲିସ୍‌ ସେମାନଙ୍କ ଆର୍ଥିକ କାରବାର ବିଷୟରେ କିଛି ତଥ୍ୟ ପାଇବ ।  ତା’ଛଡ଼ା ୫ରୁ୬ ବର୍ଷ ମଧ୍ୟରେ ହଂସିକା ଓ ଅନିଲ୍‌ ଶହ ଶହ କୋଟି ଟଙ୍କାର ମାଲିକ କିପରି ହେଲେ  ଜାଣିବା ପୁଲିସ୍‌ ପାଇଁ କାଠିକର ପାଠ ହେବ ।  ଏମାନଙ୍କ ଆର୍ଥିକ କାରବାରର ଖୋଳତାଡ଼ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ (ଇଡି) କରିବ ବୋଲି ଜଣାପଡିଛି । 

ବଡ଼ କଥା ହେଲା ଯେଉଁ ଅଫିସ୍‌କୁ ହଂସିକା ଯାଉଥିଲେ, ସେଠାରେ ତାଙ୍କ କାମ ହୋଇଯାଉଥିଲା ।  ତାଙ୍କ କାମ ନ ଅଟକାଇବା ପାଇଁ ଫୋନ୍‌ ବି ଆସୁଥିଲା ।  କିଏ ଏହି ଫୋନ୍‌ କରୁଥିଲେ ? ହଂସିକାଙ୍କ  ସହ ତାଙ୍କର କ’ଣ ସମ୍ପର୍କ ? କିଏ ହଂସିକାଙ୍କ  ଗଡ୍‌ ଫାଦର ପୁଲିସ୍‌ ତା'ର ଥଳକୂଳ ପାଉନି ।  ତା’ଛଡା ଅନିଲ୍‌ ଓ ତାଙ୍କର କିଛି ଖାସ୍‌ ସହଯୋଗୀ  ହାଇପ୍ରୋଫାଇଲ୍‌ ସେକ୍ସ ର‌୍ୟାକେଟ୍‌ ଚଳାଉଥିବା  ପୁଲିସ୍‌ ପ୍ରମାଣ ପାଇଛି । ମଡେଲ୍‌, ହିରୋଇନ୍‌ ଓ ବିଦେଶର କିଛି ମଡେଲ୍‌ଙ୍କୁ ମୋଟା ଅଙ୍କର ଟଙ୍କା  ଦେଇ ଏହି କାରବାର କରୁଥିବା ପୁଲିସ୍‌ ସୂଚନା  ପାଇଛି । ଏ ବିଷୟରେ ଅଧିକ ଜାଣିବା ପାଇଁ ପୁଲିସ୍‌  ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି । 

ସେପଟେ ଗିରଫ ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କଲେଣି । ଏମାନଙ୍କ କଳାକୁ ଧଳା କରୁଥିବା ଜିମ୍‌ ବ୍ୟବସାୟୀ, ୟୁନିଟ୍‌-୮ର ସ୍କ୍ରାପ୍‌ ବ୍ୟବସାୟୀ, ରବି ଟକିଜ୍‌ ଅଞ୍ଚଳର ଟେର ବ୍ୟବସାୟୀମାନେ ସବୁ ପ୍ରମାଣ ନଷ୍ଟ କରିବାରେ ଲାଗିଛନ୍ତି । ଜିଏମ୍‌ ମାଲିକଙ୍କ ଏନ୍‌ଜିଓ ସଂସ୍ଥା ଜରିଆରେ ହଂସିକା ଓ  ଅନିଲ୍‌ କଳାଟଙ୍କାକୁ ଧଳା କରୁଥିଲେ । ପୁଲିସ କର୍ମଚାରୀମାନେ ବର୍ତ୍ତମାନ ପ୍ରବାସୀ ଭାରତୀୟ  ସମ୍ମିଳନୀ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତେଣୁ ଏସବୁ ଖୋଳତାଡ଼ ପାଇଁ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌କୁ ତଦନ୍ତ ଭାର ଦେଇଥିଲେ ପୁଲିସ୍‌ କମିଶନର । ୟୁନିଟ୍‌ ପାଖରେ ସମୟ ଓ କର୍ମଚାରୀ ଅଭାବ ହେତୁ ମାମଲା ଏବେ କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବ ବୋଲି ଜଣାପଡିଛି ।  

ସୂଚନା ମୁତାବକ, ପୂର୍ବତନ ଏମ୍‌ପି ତଥା ଏକ ବଡ଼ ଏନ୍‌ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍‌ଜିଓ ସଂସ୍ଥା ମାଲିକ ହଂସିକା ଓ ଅନିଲଙ୍କୁ ଆତିଥ୍ୟ ଦେଇଥିଲେ । ଏନ୍‌ଜିଓ  ସଂସ୍ଥାକୁ ୫୦ କୋଟି ଡୋନେସନ୍‌ କରାଇ ଦେବାକୁ  କହିଥିଲେ ହଂସିକା । କିଛିଦିନ ପରେ ଡୋନେସନ୍‌  କରାଇ ଦେଇଥିଲେ । ସେଥିପାଇଁ ହଂସିକା ୨୦%  କମିଶନ ମାଗିଥିଲେ । ହେଲେ ଏନ୍‌ଜିଓ ସଂସ୍ଥା  ମାଲିକ ମନା କରିଥିଲେ । ହଂସିକା ତାଙ୍କୁ ଫଟୋ ଓ  ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରିଥିଲେ । ଉପାୟ ନ  ପାଇ ଏନ୍‌ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା  ଦେଇଥିଲେ । ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଥିଲା ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.