ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମଙ୍ଗଳାବରଠୁ ପୁରୀ ବେଳାଭୂମି ମହୋତ୍ସବ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya | January 7, 2025 9:04 AM

ପୁରୀ,୦୭/୦୧: ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ନିମନ୍ତେ ପୁରୀରେ ପାଦ ଥାପିଛନ୍ତି ପ୍ରବାସୀ ଭାରତୀୟମାନେ । ସେମାନଙ୍କୁ ମନୋରଞ୍ଜନର ପୂରା ଖୋରାକ ଯୋଗାଇ ଦେବା ଓ ଓଡ଼ିଶାର ସଂସ୍କୃତି  ଐତିହ୍ୟ ସମ୍ପର୍କରେ ସୁଖଦ ଅନୁଭୂତି ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ  ଆୟୋଜିତ ହୋଇଛି ପୁରୀ ବେଳାଭୂମି ମହୋତ୍ସବ । ସ୍ୱର୍ଗଦ୍ୱାର ନିକଟ  ଭିକ୍ଟୋରିଆ ହୋଟେଲ ସାମ୍ନା ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଉଦ୍‌ଘାଟନ  କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶୀ ନୃତ୍ୟ, ଡ୍ରୋନ୍‌ ସୋ ସହ ମଞ୍ଚରେ ସ୍ୱୟଂ  ପାଢ଼ି ଓ ନାଭ୍ୟା ଯାଭତିଙ୍କ ସୁମଧୁର ସଂଗୀତ ଶୁଣିବାକୁ ମିଳିବ । 

ମଙ୍ଗଳବାର ଅପରାହ୍ନ ୪ଟାରେ ହେବାକୁ ଥିବା ଏହି ଉଦ୍‌ଘାଟନୀ  ଉତ୍ସବ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଭାଷ ବୋଷ ଛକ ଠାରୁ ବେଳାଭୂମି ରାସ୍ତାର ଲାଇଟ୍‌ ହାଉସ୍‌ ଛକ ପର୍ଯ୍ୟନ୍ତ ପୂରା ରାସ୍ତାକୁ ନୋ’  ଭେଇକିଲ ଜୋନ୍‌ କରାଯାଇଛି । ଏହି ଉତ୍ସବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ  ଚାଲିବ । ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ି ଚଳାଚଳ ଓ ଗାଡି  ପାର୍କିଂଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସୁଭାଷ ବୋଷ ଛକରୁ  ଆଚାର୍ଯ୍ୟ ହରିହର ଛକ-ଦିଗବାରିଣୀ ଛକ-ଚୈତନ୍ୟ ଛକ-ଲାଇଟ୍‌ ହାଉସ୍‌  ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ୪ଟାରୁ ରାତି ୧୧ଟା ଭିତରେ ଏହି  କଟକଣା ପାଳନ କରାଯିବ ବୋଲି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ହୋଟେଲରେ ରହୁଥିବା ବ୍ୟକ୍ତି ଓ ଯାତ୍ରୀମାନେ ବିଧିବଦ୍ଧ ପ୍ରମାଣ  ଦେଖାଇଲେ ସେମାନଙ୍କୁ ଏହି ରାସ୍ତାରେ ଯିବାଆସିବା କରିବା ନିମନ୍ତେ ଅନୁମତି ମିଳିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.