ପ୍ରମୂଖ ଖବର
  • ସୁନ୍ଦରଗଡ : ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକ ଗୁରୁତର
  • ||
  • ନରସିଂହପୁର ଉପରକଟା ପୁରୁଣାପାଣି ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର
  • ||
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

କାୟା ମେଲାଉଛି HMPV ଭାଇରସ୍, ଭାରତରେ ପଶିଲା

Published By : Ankita S | January 6, 2025 10:29 AM

ବେଙ୍ଗାଲୁରୁ,୦୬/୦୧: ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିବା କୋରୋନା ଭାଇରସ୍ ପରେ ଏବେ କାୟା ମେଲାଉଛି HMPV ଭୂତାଣୁ । ଭାରତରେ ଏଣ୍ଟ୍ରୀ ମାରିଛି ଏହି ଭାଇରସ । ଚୀନର କବାଟ ବାଡେଇବା ପରେ ଏବେ ଭାରତର ଏହି ଭୂତାଣୁ ପ୍ରବେଶ କରିଛି । ବେଙ୍ଗାଲୁରୁରେ HMPV ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି ।

ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୨ ଜଣ ଶିଶୁଙ୍କ ମଧ୍ୟରେ ଭାଇରସ ଚିହ୍ନଟ ହୋଇଛି । ଜଣେ ୩ ମାସ ଓ ଜଣେ ୮ ମାସର ଛୁଆ ଦେହରୁ HMPV ଭୂତାଣୁ ଚିହ୍ନଟ ହୋଇଛି । ୩ମାସର ଶିଶୁ ହସ୍ପିଟାଲରୁ ଡିସର୍ଚାଜ ହୋଇଛି । ୮ମାସର ଶିଶୁ ଚିକିତ୍ସାଧୀନ ରହିଛି ।  କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି । ଭାରତରେ ଏହା HMPV ଭାଇରସ୍ ପ୍ରଥମ ମାମଲା । ଏହା ସାଧାରଣତଃ ପିଲାମାନଙ୍କଠାରେ ଚିହ୍ନଟ ହୁଏ । ସମସ୍ତ ଫ୍ଲୁ ନମୂନାରେ HMPV ୦.୭% ଥାଏ । ଦୁଇଟି ମାମଲା ଚିହ୍ନଟ ପରେ ଜରୁରୀ ବୈଠକ ଡାକିଛନ୍ତି କର୍ଣ୍ଣାଟକ ସରକାର ।

ଏ ପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନଥିବା କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ କହିଛି । ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ଏହା ଏକ ସାଧାରଣ ଭୂତାଣୁ । ଏହାର କୌଣସି ଟିକା ବାହାରି ନାହିଁ । ଏହାର ଲକ୍ଷଣ ଥଣ୍ଡା ପରି । ଚୀନର ହ୍ୟୁମାନ ମେଟା ନିମୋ ଭାଇରସକୁ ( HMPV) ନେଇ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଭାରତ ପ୍ରତି ବିପଦ ନଥିବା କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି ଭୂତାଣୁର ଷ୍ଟ୍ରେନ କଣ ତାହା ଜଣାପଡିନାହିଁ । ଚୀନରେ ଦ୍ରୁତ ଗଚତିରେ ବଢିବାରେ ଲାଗିଛି ଏହି ଭାଇରସ ।  

HMPV ଭୂତାଣୁ କଣ - ଚୀନରେ ବର୍ତ୍ତମାନ ଏହି ଭାଇରସ ଆତଙ୍କ ଖେଳାଇଛି । ଏବେ ଭାରତରେ ପ୍ରବେଶ କରିଛି । ଯାହାକୁ ନେଇ ଭୟଭୀତ ଲୋକେ । ୨୦୦୧ରେ ଏହି ଭୂତାଣୁ ପ୍ରଥମ ଥର ଠାବ ହୋଇଥିଲା । ଏହା କୋରୋନା ପରି । କାଶ ଛିଙ୍କ ସହ ପାଟି ଓ ନାକରୁ ବାହାରୁଥିବା ତରଳ କଣିକା ଦ୍ବାରା ବ୍ୟାପିଥାଏ । ଆକ୍ରାନ୍ତଙ୍କଠାରେ କାଶ, ଜ୍ବର, ନାକ ବନ୍ଦଦ, ନିଶ୍ବାସ-ପ୍ରଶ୍ବାସ ବେଳେ କଷ୍ଟ ହୋଇଥିବା ପରି ଲକ୍ଷଣ ଦେଖିବାକୁ ମିଳେ । ଏଥିରେ ଆକ୍ରାନ୍ତଙ୍କ ନିମୋନିଆ ହେବା ସହ ରିପୋର୍ଟରେ ଫୁସଫୁସ ଧଳା ଦେଖାଯାଉଛି । ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି । ୫ ବର୍ଷରୁ କମ ପିଲା ଅଧିକ ଆକ୍ରାନ୍ତ ହେଉଛନ୍ତି । ଏଥିରୁ ମୁକ୍ତି ପାଇଁ ବାରମ୍ବାର ହାତ ଧୋଇବା ସହ ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.