ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ମାଲେସିଆ ଓ ହଂକଂରେ ବଢିବାରେ ଲାଗିଛି HMPV ସଂକ୍ରମଣ, ୪୫% ବୃଦ୍ଧି : କୋଭିଡ୍ ଭଳି ଲାଗୁ ହେଲା ପ୍ରୋଟୋକଲ୍

Published By : Prameya | January 7, 2025 5:20 PM

ନୂଆଦିଲ୍ଲୀ,୭।୧: ଚୀନ୍‌ର ବୁହାନ ସହରରୁ ଆସିଥିବା କରୋନା ଭାଇରସ୍ ପୁରା ବିଶ୍ବକୁ ପ୍ରଭାବିତ କରିଥିଲା। ଏବେ ଆଉ ଏକ ଭାଇରସ୍‌ ସଙ୍କଟଜନକ ସ୍ଥିତି ଆରମ୍ଭ କରିଛି। ଏଚ୍‌ଏମ୍‌ପିଭି ଭାଇରସ୍ ଏବେ ଲଗାତାର ବଢିବାରେ ଲାଗିଛି। ଏହା ସହ ତାଙ୍କ ପଡୋଶୀ ଦେଶ ମଧ୍ୟ ଏଚ୍‌ଏମ୍‌ପିଭି ମାମଲା ଦୃତ ଗତିରେ ବଢିବାରେ ଲାଗିଛି। ମାଲେସିଆ, ହଂକଂ ଓ ଜାପାନାରେ ଏଭଳି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟାରେ ଜୋରଦାର ବୃଦ୍ଧି ହୋଇଛି। ମାଲେସିଆ ଓ ହଂକଂରେ ଏହି ଭାଇରସ୍‌ର ୪୬% ମାମଲା ବଢିବାରେ ଲାଗିଛି। ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ଏଚ୍‌ଏମ୍‌ପିଭିର ୭ଟି ମାମଲା ସାମନାକୁ ଆସିସାରିଛି। ଏହା ଭିତରେ କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ରରେ ଦୁଇଟି ଲେଖାଏଁ ଓ ଗୁଜରାଟରେ ଗୋଟିଏ ରହିଛି। ଏଥିରୁ କିଛି ଜଣଙ୍କୁ ହସ୍ପିଟାଲରୁ ଛୁଟି ଦିଆାଇଛି। ଅନ୍ୟମାନଙ୍କର ଚିକିତ୍ସା ଚାଲିଛି।

ଏହାଛଡା ଇଣ୍ଡେନେସିଆ ଓ ଭିଏତନାମାରେ ମଧ୍ୟ ଏଚ୍‌ଏମ୍‌ପିଭି ମାମଲା ମିଳିଛି। ଏଭଳି ସ୍ଥିତି ସାରା ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି। ଆଶଙ୍କା ରହିଛି ଯେ, କ’ଣ କୋଭିଡ୍-୧୯ ଭଳି ସଙ୍କଟ ସୃଷ୍ଟି ହେବକି ? ତେବେ ଇଣ୍ଡୋନେସିଆ ଓ ଭିଏତନାମ କହିଛି ଚୀନ୍‌ରେ ଏଚ୍‌ଏମ୍‌ପିଭିର ସ୍ଥିତି ଉପରେ ନଜର ରଖାଯାଇଛି। ବର୍ତ୍ତମାନ ଚିନ୍ତା କରିବା ଦରକାର ନାହିଁ।  

ଅନ୍ୟପକ୍ଷେ ମାଲେସିଆରେ ବଢୁଥିବା ମାମଲାକୁ ଦେଖି ନୂଆ ଭାଇରସ୍‌ ଉପରେ ନିଜର ନାଗରିକଙ୍କୁ ଆଡଭାଇଜରୀ ଜାରି କରାଯାଇଛି। ମାଲେସିଆ ସରକାର ନିଜ ନାଗରିକଙ୍କୁ କୋଭିଡ୍ ଭଳି ପ୍ରୋଟୋକଲ୍ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।   ସାବୁନରେ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ଲଗାଇବା ଏବଂ କାଶିବା-ଛିଙ୍କିବା ସମୟରେ ମୁହଁ ବନ୍ଦ କରିବାକୁ କହିଛନ୍ତି। ଲୋକଙ୍କୁ ଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବିଦେଶ ଯାତ୍ରରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.