ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ଉଦ୍ଧବ ଠାକରେଙ୍କ ପୁଅଙ୍କୁ ଟକ୍କର ଦେବେ ମିଲିନ୍ଦ ଦେଓରା, ଶିବସେନା ଜାରି କଲା ଦ୍ୱିତୀୟ ପ୍ରାର୍ଥୀ ତାଲିକା ।

ପୁଣେ, ୨୮।୧୦: ୨୦୨୪ମହାରାଷ୍ଟ୍ର ନିର୍ବାଚନରେ ହେବ ଦମଦାର ଲଢ଼େଇ । ମହାରାଷ୍ଟ୍ର ନିର୍ବାଚନ ୨୦୨୪ ପାଇଁ ଶିବସେନା ୨୦ ଜଣିଆ ପ୍ରାର୍ଥୀଙ୍କର ଦ୍ୱିତୀୟ ତାଲିକା ଜାରି କରିଛି । ଶିବସେନା ଦଳ ନେତା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ବିରୁଦ୍ଧରେ ଲଢ଼ିବେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ମିଲିନ୍ଦ ଦେଓରା । ଓର୍ଲି ଆସନରୁ ଦେଓରାଙ୍କୁ ଟିକେଟ ଦେଇଛନ୍ତି ଏକନାଥ ସିନ୍ଦେ । ରାଜ୍ୟସଭା ସାଂସଦ ଥିବା ଦେଓରା କଂଗ୍ରେସ ଛାଡ଼ି ଚଳିତ ବର୍ଷ ଆରମ୍ଭରେ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ । ୨୦୨୪ର ଆରମ୍ଭରେ ସେ କଂଗ୍ରେସ ଛାଡ଼ି ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଥିଲେ । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇ ବର୍ତ୍ତମାନର ବିଧାୟକ ଅଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ସମୟରେ ଦେଓରାଙ୍କୁ ୱର୍ଲି ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଏହି ଆସନରୁ ବିଧାୟକ ଟିକେଟ୍ ମିଳିଛି । 

ଦେଓରାଙ୍କ ବ୍ୟତୀତ ଅନ୍ୟ ୧୯ ଜଣଙ୍କୁ ଟିକେଟ୍ ମିଳିଛି, ଯେଉଁଥିରେ ସଞ୍ଜୟ ନିରୁପମଙ୍କୁ ଡିଣ୍ଡୋଶୀ ଆସନରୁ ପ୍ରାର୍ଥୀ କରାଯାଇଛି । ବିଜେପି ସାଂସଦ ନାରାୟଣ ରାଣେଙ୍କୁ କୁଡାଲ ସିଟରୁ ଟିକେଟ ମିଳିଥିଲା । ପୂର୍ବତନ ବିଜେପି ନେତା ମୂରଜୀ ପଟେଲଙ୍କୁ ମୁମ୍ବାଇର ଅନ୍ଧରୀ ଇଷ୍ଟ ସିଟ୍‌ର ପ୍ରାର୍ଥୀ କୁହାଯାଇଛି । ଅନ୍ୟପଟେ ବିଜେପି ସାଂସଦ ନାରାୟଣ ରାଣେଙ୍କ ପୁଅ ନୀଲେଶ ରାଣେ କୁଦାଲ ନିର୍ବାଚନମଣ୍ଡଳୀରୁ ଟିକେଟ୍ ମିଳିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାୱାରଙ୍କ ଏନସିପିର ମହାବିକାଶ ଅଗାଡ଼ି ମିଳିତ ମଞ୍ଚ ଏବଂ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ୍ ପାୱାରଙ୍କ ଏନସିପିର ମିଳିତ ମଞ୍ଚ ମହାୟୁତି ମଧ୍ୟରେ କଡ଼ା ଟକ୍କର ହେଉଛି । ରାଜ୍ୟର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ । ୨୩ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.