ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାରାଷ୍ଟ୍ର ନିର୍ବାଚନ: ଆସନ ବୁଝାମଣା ବିବାଦକୁ ନେଇ ମୁହଁ ଖୋଲିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର

Published By : Tapas Panda | October 28, 2024 5:03 PM

Image Courtesy: freepressjournal

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ମହାବିକାଶ ଅଘାଡ଼ି (ଏମଭିଏ)ର ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ ବିବାଦ ଜାରି ରହିଛି । ଏହାକୁ ନେଇ ଏନସିପି (ଏସପି) ପ୍ରମୁଖ ଶରଦ ପାଓ୍ବାର ସ୍ପଷ୍ଟ କରିଛନ୍ତି ଯେ, ୨୮୮ ଆସନ ମଧ୍ୟରୁ ୮୫ ପ୍ରତିଶତ ଆସନ ଉପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ଲୋକଙ୍କ ହିତ ଲାଗି ଆମେ ରାଜ୍ୟରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛୁ । ବାରାମତୀରେ ଗଣମାଧ୍ୟମକୁ ଦେଇଥିବା ନିଜ ପ୍ରତିକ୍ରିୟାରେ ଶରଦ ପାଓ୍ବାର କହିଛନ୍ତି, ‘ମୁଁ ନିୟମିତ ଭାବରେ ସବୁ ଜିଲ୍ଲାରେ ସମୀକ୍ଷା କରୁଛି । ଲୋକସଭା ନିର୍ବାଚନରେ ଲୋକେ ଆମକୁ ଖୁବ ସମର୍ଥନ ଦେଇଛନ୍ତି । ସେମାନେ ଆମକୁ ୪୮ରୁ ୩୧ ସିଟ୍‌ ଦେଇଛନ୍ତି । ମୁଁ ସେମାନଙ୍କ ପାଖରେ ଋଣୀ । ଆଉ ଏବେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।’  

ସେ ଆହୁରି କହିଛନ୍ତି ଯେ, ମହାରାଷ୍ଟ୍ରରେ ସବୁ ସିଟ୍‌ରେ ଏମଭିଏ ଲଢ଼ିବାକୁ ଯାଉଛି । ୨୮୮ ଆସନରୁ ୯୫ ପ୍ରତିଶତ ଆସନକୁ ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ସରିଛି । ବାକି ଆସନ ଉପରେ ଚର୍ଚ୍ଚା ଜାରି ରହିଛି । ଆମେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛିୁ ଏବଂ ମହାରାଷ୍ଟ୍ର ଲୋକଙ୍କର ଅନେକ ପ୍ରସଙ୍ଗ ରହିଛି । ଏବେ ଯେଉଁମାନେ ଶାସନରେ ଅଛନ୍ତି ଲୋକଙ୍କ ଅସୁବିଧା ଦୂର କରିବାରେ ବିଫଳ ହୋଇଛନ୍ତି । ଏମଭିଏ ଲୋକଙ୍କ ହିତରେ ସରକାର ଗଢ଼ିବ ବୋଲି ଦାବି କରିଛନ୍ତି ଶରଦ ପାଓ୍ବାର । 

ମହାରାଷ୍ଟ୍ରରେ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ବିଧାନସଭା ନିର୍ବାଚନ ଲାଗି ରବିବାର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୯ ଜଣ ପ୍ରାର୍ଥଙ୍କ ନାଁ ସାମିଲ ରହିଛି । ଏହା ପୂର୍ବରୁ ଶନିବାର ୨୨ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା ଏନସିପି । ତେବେ ଶରଦ ପାଓ୍ବାରଙ୍କ ଦଳ ଏବେ ସୁଦ୍ଧା ମୋଟ ୭୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ସେପଟେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅକ୍ଟୋର ୨୯ । ରାଜ୍ୟର ସମସ୍ତ୨୮୮ ଆସନରେ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ଏବଂ ନିର୍ବାଚନୀ ଫଳାଫଳ ଘୋଷଣା ହେବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.