ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅଭିନେତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

Published By : Tapas Panda | October 28, 2024 9:51 PM

Image Courtesy: cinemaexpress

ନୂଆଦିଲ୍ଲୀ: ମାଲାୟାଲମ ସିନେମା ଜଗତର ବହୁ ବିଶିଷ୍ଟ ଚେହେରା ଏବେ ବିବାଦରେ । ସେହିଭଳି ଆଉ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ ଆସିଥିବା ‌ଯୌନ ଶୋଷଣ ମାମଲା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୩ ଥର ଜାତୀୟ ପୁରସ୍କାର ବିଜେତା ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତ ବାଲକ୍ରିଷ୍ଣନ ଜଣେ ବ୍ୟକ୍ତିଙ୍କୁ ହୋଟେଲକୁ ଡାକି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଜଣେ ୩୧ ବର୍ଷୀୟ ଅଭିନେତା ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ବେଙ୍ଗାଲୁରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ କେରଳ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମି-ଠୁ ଝଡ଼ ଚାଲିଥିବା ବେଳେ ରଞ୍ଜିତଙ୍କ ଭଳି ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ବିରୋଧର ପୁରୁଷ ଯୌନ ନିର୍ଯାତନାର ଅଭିଯୋଗ ଆସିବା ସମସ୍ତଙ୍କୁ ଚକିତ କରିଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୨ ମସିହା ଡିସେମ୍ବର ମାସରେ ଅଡିସନ ନାଁରେ ଅଭିନେତାଙ୍କୁ ଡକା ଯାଇଥିଲା। ସେ ମଧ୍ୟ ଅଭିନୟ କରିବା ଆଶାରେ ହୋଟେଲରେ ପହଞ୍ଚିଥିଲେ । ଗୋଟିଏ ରୁମରେ ରଞ୍ଜିତ ମଦ ପିଉଥିବା ବେଳେ ଅଭିନେତା ଜଣଙ୍କ ସେଠାକୁ ଯାଇଥିଲେ । ଅଡିସନ ନାଁରେ ତାଙ୍କୁ ଉଲଗ୍ନ ହେବାକୁ କୁହାଯାଇଥିଲା । ସେ ଏହା ଅଭିନୟର ଅଂଶବିଶେଷ ଭାବି ଉଲଗ୍ନ ମଧ୍ୟ ହୋଇଥିଲେ । ତେବେ ତାଙ୍କୁ ସେଠାରେ ରଞ୍ଜିତ ନିଶାସକ୍ତ ଅବସ୍ଥାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । 

ପୋଲିସ ଏପରି ଅଭିଯୋଗ ପାଇବା ପରେ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ରଞ୍ଜିତଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏହା ପୂର୍ବରୁ ୬୦ ବର୍ଷୀୟ ରଞ୍ଜିତଙ୍କ ବିରୋଧରେ ଜଣେ ବେଙ୍ଗଲୀ ଅଭିନେତ୍ରୀ ମଧ୍ୟ କୋଚିରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । କୋଚିର ଗୋଟିଏ ହୋଟେଲରେ ରଞ୍ଜିତ ତାଙ୍କୁ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ଆଉ ଏବେ ଜଣେ ଅଭିନେତାଙ୍କ ଅଭିଯୋଗ ପରେ ବିଶିଷ୍ଟ ନିର୍ଦ୍ଦେଶକ ରଞ୍ଜିତଙ୍କ ଅଡ଼ୁଆ ବଢ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.