ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ଦୁଇ ଶିଶୁ ପୁତ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ରାଉରକେଲାର ଦୁଇ ଦମ୍ପତ୍ତି

ମାଲକାନଗିରି, ୨୬/୭ : ମାଲକାନଗିରି ଜିଲ୍ଲାର ଦୁଇଟି ପରିତ୍ୟକ୍ତ ସ୍ଥାନରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର ଦୁଇ ଶିଶୁ ପୁତ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ରାଉରକେଲାର ଦୁଇ ଦମ୍ପତ୍ତି । ଗତ ୪ମାସ ତଳେ ମାଲକାନଗିରି ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ଜାଗାର ପରିତ୍ୟକ୍ତ ସ୍ଥାନରେ ଅଲଗା ଅଲଗା ଦିନରେ ଦୁଇଟି ନବଜାତ ଶିଶୁ ପଡ଼ିଥିବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଫୋନ ଆସିଥିଲା, ଫୋନ ପାଇ ସେ ସ୍ଥାନକୁ ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲ୍ଡ ଲାଇନ କର୍ମଚାରୀମାନେ ଯାଇ ଅଚିହ୍ନା ଦୁଇଟି ଶିଶୁଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ନିକଟରେ ହାଜର କରିଥିଲେ ।

ସେମାନଙ୍କ ବାପା ମା’ କିମ୍ବା ସମ୍ପର୍କୀୟଙ୍କ ପରିଚୟ ନ ମିଳିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁ ଦୁଇଟିକୁ ସା ଗୃହରେ ଯତ୍ନ ସହିତ ୪ମାସ ହେଲା ସୁରକ୍ଷିତ ଭାବେ ରଖାଯାଇଥିଲା । ଗତ କିଛି ମାସ ତଳେ ରାଉରକେଲାର ଦୁଇଟି ସନ୍ତାନ ହୀନ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଦରଖାସ୍ତ କରିଥିଲେ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ମଙ୍ଗକ କମିଟି ପକ୍ଷରୁ ସେ ଦୁଇ ଦମ୍ପତ୍ତି ଆର୍ଥିକ ପରିସ୍ଥିତି ଓ ସେମାନଙ୍କ ଚାଲି ଚଳଣି ସମ୍ପର୍କରେ ତଦନ୍ତ କରିବା ପରେ ସେ ଦୁଇ ଦମ୍ପତ୍ତି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କୋର୍ଟରେ ରାଉରକେଲାର ଧୀରମେଶ କୁମାର ଓ ତାଙ୍କ ପତ୍ନୀ ଭିଭି କଲ୍ୟାଣୀ ଏବଂ ଅନ୍ୟ ଦମ୍ପତ୍ତି ମହମଦ ଆଲାମ ତାଙ୍କ ପତ୍ନୀ ଆକବରୀ ବେଗମ ଜିଲ୍ଲାପାଳଙ୍କ ଅଦାଲତରେ ହାଜର ହୋଇ ଆବଶ୍ୟକୀୟ କାଗଜ ପତ୍ର ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ ।

କାଗଜପତ୍ର ଯାଞ୍ଚ ପରେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଉପସ୍ଥିତିରେ  ୪ମାସ  ଦୁଇଟି ଶିଶୁପୁତ୍ରଙ୍କୁ ଦୁଇ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଶିଶୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଅଣ ଆନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରୀ ଗଙ୍ଗାଧର ଶବର, ସା ଗୃହ ର ପରିଚାଳକ ମଣି ମୋହନ ସରକାର ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.