ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇଣ୍ଡୋନେସିଆ ଯାଉଥିଲା ପୁରୀ ବେଳାଭୂମିରେ ଲାଗିଥିବା କଣ୍ଟେନର

ପୁରୀ, ୦୭/୦୯ : ପୁରୀ ପେଣ୍ଠକଟା ବେଳାଭୂମିରେ ଲାଗିଥିବା କଣ୍ଟେନରରୁ ବାହାରୁଛି ମହମବତୀ ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ। ଲହଡ଼ି ମାଡରେ କଣ୍ଟେନରର ଏକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ସେଥିରୁ ମହମବତୀ, ବିସ୍କୁଟ, ସୋନପାମ୍ପୁଡି ଭଳି ଶୁଖିଲା ଖାଦ୍ୟ‌ ସାମଗ୍ରୀ ବାହାରୁଛି। କଣ୍ଟେନରରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବାହାରୁଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସେଥିରୁ ଖାଦ୍ୟ ଜିନିଷ ନେଉଥିବା ଦେଖିବାକୁ ମିଳିଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। ସେ କହିଛନ୍ତି ଯେ, କଣ୍ଟେନରଟିକୁ ଖୋଲିବା ପାଇଁ କୋଷ୍ଟ ଗାର୍ଡ ସହିତ ଆଲୋଚନା ହୋଇଛି। କଣ୍ଟେନର‌ ଖୋଲାଯିବା ସମୟରେ କୋଷ୍ଟ ଗାର୍ଡର ସହାୟତା ନିଆଯିବ। 

ସୂଚନାନୁଯାୟୀ, କୋଲକାତାରୁ ପୋର୍ଟବ୍ଲେୟାର ବିଭିନ୍ନ ସାମଗ୍ରୀ ନେଇ ସମୁଦ୍ରରେ ଯାଉଥିବା ବେଳେ ଇଣ୍ଡୋନେସିଆର ଏକ ଜାହାଜରୁ ପ୍ରାୟ ୭ଟି କଣ୍ଟେନର‌ ମିସିଂ ହୋଇଥିଲା। ସେଥିମଧ୍ୟରୁ ଏହା ଗୋଟିଏ ବୋଲି ଅନୁମାନ କରାଯାଉଛି। ତେବେ ଗତ ଗୁରୁବାର ଦିନ ମଝି ସମୁଦ୍ରରେ ଏହି କଣ୍ଟେନରଟି ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ସେହିଦିନ ବିଳମ୍ବିତ ରାତିରେ କଣ୍ଟେନର‌ଟି ପେଣ୍ଠକଟା ଗଙ୍ଗା ଦେବୀ ମନ୍ଦିର ସମ୍ମୁଖ ବେଳାଭୂମିରେ ଲାଗିଥିଲା। କଣ୍ଟେନର ଭିତରେ କ'ଣ ରହିଛି ତା'କୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏବେ କଣ୍ଟେନରରୁ ଖାଦ୍ୟ ସାମଗ୍ରୀ ଓ ମହମବତୀ ବାହାରୁଥିବା ବେଳେ କଣ୍ଟେନର ଭିତରେ‌ ଆଉ କ'ଣ ସବୁ ରହିଛି ତା'କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି କଣ୍ଟେନରକୁ ସୁରକ୍ଷା ଦେବା ସହ ତୁରନ୍ତ ଏହା ଖୋଲାଯିବାର ଆବଶ୍ୟକତା ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.