ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇକୋ ସେନସିଟିଭ ଜୋନ ବିଜ୍ଞପ୍ତିକୁ ବିରୋଧ, ଗାଁ ଗାଁରେ ଜନତା ମେଳି...

ଚାନ୍ଦବାଲି, ୦୭/୦୯( ଅଭୟପତି) : ଭିତରକନିକା ଜାତୀୟ ଉଦ୍ୟାନର  ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନୂଆକରି ଇକୋ ସେନସିଟିଭ ଜୋନ  ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଏବେ ଲୋକଙ୍କ ପାଇଁ କାଳ ହୋଇଛି। ଜାତୀୟ ଉଦ୍ୟାନକୁ ଛାଡ଼ି ସହର ପର୍ଯ୍ୟନ୍ତ ମାଡ଼ିଆସିଛି ଏହି  ବିଜ୍ଞପ୍ତିର ସାରଣୀ । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୯୩ ଟି ରାଜସ୍ୱ  ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି  ବ୍ଲକରେ ଥିବା ୪୫ ଟି ରାଜସ୍ୱ ଗ୍ରାମ, କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଆଳି  ବ୍ଲକର ୩୨ ଟି ଗାଁ, ମହାକାଳପଡ଼ା ବ୍ଲକର ୩୭ଟି ଗାଁ, ପଟ୍ଟାମୁଣ୍ଡାଇ  ବ୍ଲକର ୮ ଟି ଗାଁ, ରାଜକନିକା ବ୍ଲକର ୨୯ ଟି ଗାଁ, ରାଜନଗର  ବ୍ଲକର ୪୨ ଟି ଗାଁ ଏଥିରେ ସାମିଲ ହୋଇଛି । ବିଜ୍ଞପ୍ତି ମାଧ୍ୟମରେ  ଯେଉଁ କଟକଣା ଲାଗୁହୋଇଛି ତାହା ଲୋକଙ୍କୁ ଆତଙ୍କିତ କରିଛି ।  ଯେଉଥି ପାଇଁ ଗାଁ ଗାଁରେ ଲୋକେ ମେଳି ବାନ୍ଧିଲେଣି । 

ଭିତରକନିକା  ଆଖପାଖ ଅଞ୍ଚଳକୁ  ବିଜ୍ଞପ୍ତିରେ ସାମିଲ କରିବା  ଠିକ୍‌ କିନ୍ତୁ ଏଥିରେ ଟିକିଏ  ହେଲେ ସଂସ୍ପର୍ଶରେ ଆସୁନଥିବା  ଇଲାକାକୁ କଟକଣା ତାଲିକାରେ  ନେବା ପ୍ରସଙ୍ଗକୁ ସହଜରେ ଗ୍ରହଣ  କରି ପାରୁନାହାନ୍ତି ଲୋକେ ।  ଏପରିକି ବିଜ୍ଞପ୍ତିରେ ମଧ୍ୟ  ପାତର ଅନ୍ତର କରିଛନ୍ତି ।  ଶିଳ୍ପପତି ଆଦାନୀଙ୍କୁ ସୁରକ୍ଷା  ଦେବା ପାଇଁ ଧାମରା ପୋର୍ଟ ନିର୍ମାଣ  ହୋଇଥିବା ସ୍ଥାନ ଦୋଷିଙ୍ଗାକୁ ବାଦ ଦିଆଯାଇଛି ।  ଯାହାକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଧର୍ମଘଟ,  ଆନ୍ଦୋଳନ, ରାଲି, ଶୋଭାଯାତ୍ରା, ବିକ୍ଷୋଭ ହେଲାଣି।

ଏହାର ବିସ୍ତାର ଓ ସୀମା  


ପର୍ଯ୍ୟାବରଣ ସମ୍ବେଦନଶୀଳ ଅଞ୍ଚଳ ୪୯୭.୬୭ ବର୍ଗ କିମି ହେବ ଏବଂ ଏହା  ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ବନ୍ୟ ପ୍ରାଣୀ ଅଭୟାରଣ୍ୟ ଏବଂ  ଗହୀରମଥା ସାମୁଦ୍ରିକ ବନ୍ୟ ପ୍ରାଣୀ ଅଭୟାରଣ୍ୟ ସୀମା ମଧ୍ୟରେ ୦.୧୦ କିମି ୮.୭  କିମି ପର୍ଯ୍ୟନ୍ତ ବିସ୍ତୃତ ହେବ । ସେନସିଟିଭ ଜୋନ ହେଲେ ରାଜ୍ୟ ସରକାର ଜୋନାଲ  ମାଷ୍ଟର ପ୍ଲାନ କରିବେ । ୧. ପରିବେଶ ୨. ଜଙ୍ଗଲ ଓ ବନ୍ୟପ୍ରାଣୀ ୩. କୃଷି ୪. ରାଜସ୍ୱ ୫. ସହରୀ ବିଶେଷ ୬. ପର୍ଯ୍ୟଟନ ୭. ଗ୍ରାମିଣ ବିକାଶ ୮. ଜଳସେଚନ  ଓ ବନ୍ୟ ନିୟନ୍ତ୍ରଣ ୯. ମ୍ୟୁନିସିପାଲଟି ୧୦. ପଞ୍ଚାୟତିରାଜ ୧୧. ସାଧାରଣ  ନିର୍ମାଣ ବିଭାଗ । ଏହି କଟକଣା ଲାଗୁହଲେ ପର୍ଯ୍ୟାବରଣ ଓ ପରିବେଶ  ସମ୍ପର୍କିତ ବିଚାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏହି ସବୁ ବିଭାଗ  ସହିତ ପରାମର୍ଶ କରି ମାଷ୍ଟର ପ୍ଲାନ କରିବେ ନହେଲେ ଅନୁମତି ନାହିଁ ।

ଜୋନ କାର୍ଯ୍ୟକାରୀ ହେଲେ ଲାଭ  

ଭିତରକନିକାର ବନ୍ୟଜନ୍ତୁ ସୁରକ୍ଷିତ ରହିପାରିବେ । ବିଲୁପ୍ତ ବନ୍ୟଜନ୍ତୁ ସଂରକ୍ଷଣ ହେବ ।  ସବୁଜ ବନାନି ସୃଷ୍ଟି ହେବ । ମୂର୍ତ୍ତିକା ସଂରକ୍ଷଣ ହେବ । ନଦୀ ଓ ସମୁଦ୍ର ଜଳକୁ କମ୍ପାନୀ କିମ୍ବା  ଲୋକେ ସିଧାସଳଖ ବ୍ୟବହାର କରିପାରିବେ ନାହିଁ । ଭୂତଳ ଜଳର ସୁରକ୍ଷା ହେବ । ମତ୍ସ୍ୟ ସମ୍ପଦ ନଦୀ ଓ ସମୁଦ୍ରର ସୁରକ୍ଷା ହେବ ।  

ଜୋନ କାର୍ଯ୍ୟକ୍ଷମ ହେଲେ କ୍ଷତି  

(୧)ଲୋକେ ନୂଆ କୋଠାଘର ନିର୍ମାଣ କରିପାରିବେ ନାହିଁ । (୨)ଜମିରୁ ମାଟି ଉଠାଇବା ଓ  ନିଜ ବାଡ଼ିରୁ ଗଛ କାଟିବା ଉପରେ ଅଙ୍କୁଶ । (୩) ଇଟାଭାଟି କରିବା ଓ ଚିଙ୍ଗୁଡ଼ି ଘେରି  କରିବା ଉପରେ ଅଙ୍କୁଶ । (୪) ଲୋକେ ମାଛ ଚାଷ ଓ ପୋଖରୀ ଖନନ ନିଜ ଇଚ୍ଛାରେ  କରିପାରିବେ ନାହିଁ । (୫) ଜମିର କିସମ ପରିବର୍ତ୍ତନ ହୋଇପାରିବ ନାହିଁ,  ଏଥିପାଇଁ ଜଙ୍ଗଲ ବିଭାଗରୁ ଅନୁମତି ଆଣିବେ । (୬) ହୋଟେଲ ବ୍ୟବସାୟ  କଟକଣାରେ ରହିବ । (୭) ପର୍ଯ୍ୟଟନ କ୍ଷେତ୍ର ଓ ପର୍ଯ୍ୟଟନ ବଳୟ ଉପରେ  ଅଙ୍କୁଶ ।(୮) ବଡ଼ ଓ ଛୋଟ କାରଖାନା ବସାଇ ହେବନାହିଁ ।  

ବିଜ୍ଞପ୍ତି ଚିଠାରେ ରହିଛି 

ଭିତରକନିକା ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ୧୪୫ ବର୍ଗ କିମି ଯାହା  ୧୯୯୮ରେ ଅଧିସୂଚିତ କରାଯାଇଥିଲା । ଏବେ ଏହି ଅଭୟାରଣ୍ୟ ୬୭୩  ବର୍ଗ କିମିକୁ ବ୍ୟାପିଛି । ଏଥିରେ ୬୧ ପ୍ରଜାତିର ଅମେରୁଦଣ୍ଡି ପ୍ରାଣୀ ଅଛନ୍ତି ।  ଧଳା କୁମ୍ଭୀର ପ୍ରଜନନ କେନ୍ଦ୍ର ସାଙ୍ଗକୁ ପକ୍ଷୀମାନଙ୍କର ଗହନ ରହିଛି । ଏହା  ସହ ଚିତ୍ରା ହରିଣ, ସମ୍ବର, ବଣୁଆ ଘୁଷୁରୀ(ବାର୍‌ହା), କୋକିଶିଆଳ,  ନେଉଳ, ଅହିରାଜ, ଅଜଗର, ଝିଙ୍କ, ବଉଳା କୁମ୍ଭୀର, ଅଲିଭ୍‌ରିଡ୍‌ଲେ  କଇଁଚ, ପାଣି ଗୋଧି, ନବରଙ୍ଗୀ ପେଚା ଆଦି ପ୍ରାଣୀ ରହିଛନ୍ତି । ହେନ୍ତାଳ ଜଙ୍ଗଲ  ଭିତରେ ୮୮ ପ୍ରଜାତିର ବିରଳ ହେନ୍ତାଳ ଗଛ ରହିଛି । ଏହାର ସୁରକ୍ଷା ଜରୁରି । 

ଚାନ୍ଦବାଲିର କେଉଁ ଅଞ୍ଚଳ ସାମିଲ ହେବ

-: ଚାନ୍ଦବାଲି ଏନ୍‌ଏସି ମଧ୍ୟରେ :-

ବରେହିଁପୁର, ବଡ଼ହରିପୁର, ବିନିତରା, ଚାନ୍ଦବାଲି ସହର, ଗୋଲାଡ଼ିଆ, ପାହାଡ଼ପୁର, ନୟାହାଟ, ପାଞ୍ଚପଡ଼ା, କୁହ୍‌ଲି, ପାଇକରାପୁର, ପାଟୁଳି, ପୋଖରୀ ସାହି, ସୋମପୁର, ବାଲିକୁରି, ବଡ଼ଓସ୍ତିଆ, ସିମୁଳିଆ, ମାରସାହି, କନ୍ଧା, ଦୁର୍ଗାପୁର । 

-: ଚାନ୍ଦବାଲି ବ୍ଲକ :-

ହୁଇଲର ଦ୍ୱୀପ, ହରିଶପୁର, ଜାଗୁଳା, ଜୟଦୁର୍ଗା ପାଟଣା, ଝାଡ଼କଟା, ଯୋଗୀପୋଖରୀ, ଜ୍ୟୋତ୍ସ୍ନାମୟୀ, ଆମ୍ବିଳି ଗାଁ, ନେଢ଼ୁଆଳୀ, ବେନ୍ତାଳପୁର, ବାଘନଟା, କସ୍ତୁରୀକଣ, କଉଡ଼ିଆପାଳ, ନରସିଂପୁର, ରାଜେନ୍ଦ୍ରପଲ୍ଲୀ, ଓରାସାହି, କନକପଲ୍ଲୀ, ରାଜରାଜେଶ୍ୱରପଲ୍ଲୀ, ସାବିତ୍ରୀ ସରାଇ, ବିଦ୍ୟୁତପ୍ରଭା, ଧ୍ରବୁପଲ୍ଲୀପୁର, ଧାମରା, ବାଲିଗାଁ, ପାଇକସାହି, ପାଇକରାପୁର ।

ଚାନ୍ଦବାଲିରେ ବିଜ୍ଞପ୍ତି ବିରୋଧୀ ବିକ୍ଷୋଭ

ଇକୋ ସେନସିଟିଭ ଜୋନ ଘୋଷଣା ପରେ ଚାନ୍ଦବାଲିର ବୁଦ୍ଧିଜୀବୀ,  ବିଭିନ୍ନ ସଂଗଠନ, ରାଜନେତା ଏହାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ କଲେଣି । ସେମାନଙ୍କ ମତରେ ଏହି ଜୋନ ଘୋଷିତ ହେଲେ ଆମ ଏରିଆ  ଉପରେ ଅଙ୍କୁଶ ଲାଗିବ । ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି,  କୋଠାବାଡ଼ି ନିର୍ମାଣ, ଘରପାଇଁ ଇଟାଭାଟି, ଛକବଜାରରେ ଜାଳେଣି କାଠ  ବ୍ୟବସାୟ, ଜମିର କିସମ ପରିବର୍ତ୍ତନ, ମାଟି ଖୋଳିବା, ମାଛ ଛାଷ, ଚିଙ୍ଗୁଡ଼ି  ଚାଷ ଆଦି ଉପରେ ଲାଗିଯିବ ଅଙ୍କୁଶ । ଚାନ୍ଦବାଲି ଅଞ୍ଚଳର କିଶୋର କ୍ଲବ  ମାଧ୍ୟମରେ ବିଭିନ୍ନ ସଂଗଠନ ବିକ୍ଷୋଭ ଓ ରାଲି କରି ଜଙ୍ଗଲ ବିଭାଗ ଅଧିକାରୀଙ୍କୁ  ଦେଇଛନ୍ତି ଦାବିପତ୍ର । ସେମାନଙ୍କ ମତରେ ଆମ ଭିଟାମାଟିକୁ କେନ୍ଦ୍ର ସରକାରଙ୍କ  ଆଇନ ଫାଇଲକୁ ଟେକିଦେବୁ ନାହିଁ । ମରିବା ପର୍ଯ୍ୟନ୍ତ ଲଢ଼େଇ କରିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.