ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିଧାନସଭାରେ ବିଦ୍ୟାଳୟ ଗୁଡିକରେ କୋୟା ଓ ବଙ୍ଗଳା ଭାଷା ପ୍ରଚଳନ ଦାବି କଲେ ମାଲକାନଗିରିର ବିଧାୟକ

ମାଲକାନଗିରି,୨୬/୭ : ଓଡିଶାର ନୂତନ ବିଜେପି ସରକାରଙ୍କ ପ୍ରଥମ ବିଧାନସଭା ବୈଠକ ଓ ବିଭିନ୍ନ ବଜେଟ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଯାଇଛି । ଏହି ବିଧାନସଭାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକରେ କୋୟା ଓ ବଙ୍ଗଳା ଭାଷା ପ୍ରଚଳନ, ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା ସହିତ ଅନ୍ୟାନ୍ୟ ଦାବି  ଉପସ୍ଥାପନ କରିଛନ୍ତି ମାଲକାନଗିରି ବିଧାନସଭା ଆସନର ବିଜେପି ଦଳର ବିଧାୟକ ନରସିଂହ ମାଡକାମି।

ରାଜ୍ୟରେ ବିଜେପି ଦଳର ଡବଲ ଇଞ୍ଜିନି ସରକାର ଚାଲିଥିବାବେଳେ ମାଲକାନଗିରି ବିଧାନସଭା ଆସନର ବିଧାୟକ ମଧ୍ୟ ସରକାରୀ ଦଳର, ବିଜେପି ଦଳ ଓ ବିଧାୟକ ନିର୍ବାଚନୀ ପ୍ରଚାରରେ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଥମ ବିଧାନସଭା ଅଧିବେଶନର ପ୍ରଥମ ଶୂନ୍ୟ କାଳରେ ଏହି ଦାବି ଗୁଡ଼ିକ ଉତଥାପନ କରିଛନ୍ତି।

ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଗ୍ରାମ ଗୁଡିକରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମାତୃ ଭାଷା ବଙ୍ଗଳା ଓ ଆଦିବାସୀ ଗ୍ରାମ ଗୁଡିକରେ ଥିବା ବିଦ୍ୟାଳୟ ଗୁଡିକରେ କୋୟା ଆଦିବାସୀ ମାତୃଭାଷାର ପାଠ୍ୟ ପ୍ରଚଳନ କରିବା ସହ ଶିକ୍ଷକ ଯୋଗାଇ ଦେବା, ଜିଲ୍ଲାରେ ଥିବା ବଡ଼ ବଡ଼ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା, ଅନେକ ବିଦ୍ୟାଳୟ ଗୃହର ଛାତରୁ ପାଣି ପଡ଼ିବା ଓ ବସ୍ତି ସମସ୍ୟା ସମ୍ପର୍କରେ ସେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇବା ସହିତ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.