ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ହୀରାକୁଦ ଜଳସ୍ତର ୬୧୦ ଫୁଟ୍‌ ଟପିଲା, ୨୮ ସୁଦ୍ଧା ୬୧୭ ଫୁଟ୍‌ ଛୁଇଁପାରେ

ସମ୍ବଲପୁର, ୨୭/୦୭: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଦ୍ରୁତଗତିରେ ବଢୁଛି । ୪  ଦିନରେ ଜଳସ୍ତର ୧୦ ଫୁଟ୍‌ ବୃଦ୍ଧି ପାଇଥିବାବେଳେ ଗତ ୧୫ ଘଣ୍ଟା ମଧ୍ୟରେ ଅଢ଼େଇ ଫୁଟ୍‌  ବଢ଼ିଲାଣି । ଆଉ ଦିନକ ପରେ ଅର୍ଥାତ ଆସନ୍ତା ୨୮ ତାରିଖରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବାକୁ ଥିବା ବେଳେ ଉକ୍ତଦିନ ସୁଦ୍ଧା ଜଳସ୍ତର ୬୧୭ ଫୁଟ୍‌ ଛୁଇଁବାର ସମ୍ଭାବନା ରହିଛି ।  

ଲଘୁଚାପ ଯୋଗୁଁ ହୀରାକୁଦର ଉପରମୁଣ୍ଡ  ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଛି ।  ବର୍ଷାର ପରିମାଣ କମିଥିଲେ ହେଁ ପୂରା ଛାଡ଼ିନାହିଁ । ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ହାରାହାରି  ୨୯.୦୯ ମିମି ବର୍ଷା ରେକର୍ଡ କରାଯାଇଛି ।  ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୪୪ ହଜାର ୨୧୯ କ୍ୟୁସେକ୍‌ ଜଳ  ପ୍ରବେଶ କରୁଥିବା ବେଳେ ରାତି ୯ଟା ସୁଦ୍ଧା ୨  ଲକ୍ଷ ୩୧ ହଜାର ୬୯୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ଜଳସ୍ତର ସକାଳ ୬ଟା ସୁଦ୍ଧା  ୬୦୮.୫୮ ଫୁଟ୍‌ ଥିବା ବେଳେ ରାତି ୯ଟା ସୁଦ୍ଧା  ୬୧୧.୧୯ ଫୁଟ୍‌ରେ ପହଞ୍ଚିଛି । 

ଅପରପକ୍ଷେ,  ବିଭିନ୍ନ କେନାଲ, ପାୱାର୍‌ ଚ୍ୟାନେଲ ଏବଂ ଶିଳ୍ପ  ଜଳଯୋଗାଣ ମିଶି ମୋଟ୍‌ ୩୯ ହଜାର ୧୦୯  କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ୨୮ ତାରିଖ  ଗେଟ୍‌ ଖୋଲିବା ପୂର୍ବରୁ ଜଳସ୍ତର ୬୧୭ ଫୁଟ୍‌  ଛୁଇଁପାରେ ବୋଲି ଆକଳନ କରାଯାଉଛି ।

  • PrameyaOdia
  • prameya
  • hirakud update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.