ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାରେ ବେହାଲ କନ୍ଧମାଳର ୫ପଞ୍ଚାୟତ, ୧୦୦ରୁ ଊର୍ଦ୍ଧ୍ବ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ

ଫିରିଙ୍ଗିଆ/ କନ୍ଧମାଳ/ଫୁଲବାଣୀ,୨୬/୭ : ଗତ କିଛି ଦିନ ହେବ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫିରିଙ୍ଗିଆ ବ୍ଲକର ମାଳିଜିରୁ, ସୁନାମୁଦି, ବାଘ ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି l ଗୋଟିଏ ଦୁଇଟି ସ୍ଥାନରେ ନିର୍ମାଣାଧୀନ ବ୍ରିଜ ନିକଟ ରାସ୍ତା ଧୋଇ ନେଇଥିବାବେଳେ ଅନେକ ସ୍ଥାନରେ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ପ୍ରବାହିତ ହେଉଛି l ଫଳରେ ଫିରିଙ୍ଗିଆ ବ୍ଲକର ଦୁଇଟି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ଗ୍ରାମ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । 

ମାଳିଜିରୁ ଓ ସୁନାମୁଦି ନଦୀରେ ବନ୍ୟା ଜଳ ଆସି ଗୋଛାପଡାଠାରୁ ସଲାଗୁଡା ସଂଯୋଗ କରୁଥିବା ତାଡିକିଆଠାରେ ନିର୍ମାଣାଧୀନ ବ୍ରିଜ ନିକଟ ରାସ୍ତା ଧୋଇ ନେବା ଫଳରେ ସଲାଗୁଡା ପଞ୍ଚାୟତର ନେଡି ପଦର, କୁମ୍ଭାର ଖୋଲ, ସଲାଗୁଡା, ପୋଡି ପଦର, ବାକେ ପଙ୍ଗା, ଡାନ୍ସ ପାଲି, ବଦା ପାଜୁ ଭଳି ୨୫ରୁ ଊର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବାବେଳେ ବାଘ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଗ୍ରାମବାସୀଙ୍କ ଦ୍ଵାରା ନିର୍ମିତ କାଠ ପୋଲ ଉପରେ ୮ ରୁ ୧୦ଫୁଟ ପାଣି ପ୍ରବାହିତ ହେଉଥିବାରୁ ପାଙ୍ଗା ପଞ୍ଚାୟତର ମାର୍କାଲି, ସିକେରୀ, ଡେଡି ସରୁ, କାଲି କୁଟି ଆଦି ୪ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । 

ସେହିଭଳି ସୁନା ମୁଦି ନଦୀରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ପାଣି ଟାଙ୍କି ଭାସି ଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ଗୋଛାପଡା ଥାନା ପାଚେରୀ ଭାଙ୍ଗି ପଡ଼ିଛି । ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା, ଏବଂ ଆରଡି ଏସ୍ ଡି ଓ, ସୁନୀଲ କୁମାର ମହାନ୍ତି ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ବିଛିନ୍ନାଞ୍ଚଳକୁ କିଭଳି ସଂଯୋଗ ହୋଇପାରିବ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.