ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଖମ୍ବେଶ୍ବରୀ ବସରୁ ୫୦କେଜି ରୂପା ଚୋରି, କାରରେ ଆସି ଲୁଟି ନେଲେ ରୂପା ଭର୍ତ୍ତି ବ୍ୟାଗ୍

ଖଲ୍ଲିକୋଟ, ୨୬/୭ : ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସରୁ ୫୦କେଜି ରୂପା ଚୋରି ହୋଇଥିବା ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଛି । ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସର ଯାତ୍ରୀମାନେ ଜଳଖିଆ ଖାଇବା ପାଇଁ ଆଜି ସନ୍ଧ୍ୟା ୭ଟାରେ ଭେଜିପୁଟ ନିକଟରେ ଅଟକିଥିଲେ । 

ପ୍ରାୟ ସମସ୍ତ ଯାତ୍ରୀ ଜଳଖିଆ ଖାଇବା ପାଇଁ ତଳକୁ ଓଲ୍ହାଇ ଯାଇଥିଲେ । ବସ ଭିତରେ ଅଳ୍ପ କିଛି ଯାତ୍ରୀ ଥିଲେ। ଏହି ସମୟରେ ହଠାତ ୩ରୁ ୪ ଜଣ ଯୁବକ ବସ୍ ଭିତରେ ପଶି ଦୁଇଟି ବ୍ୟାଗ ନେଇ ଚାଲି ଯାଇଥିଲେ। କିଛି ସମୟ ପରେ ଜଳଖିଆ ଖାଇ ଯାତ୍ରୀମାନେ ବସ ଭିତରକୁ ଫେରିଥିଲେ । ହଠାତ ଜଣେ ଯାତ୍ରୀ ଚିତ୍କାର କରିଥିଲେ ମୋର ରୂପା ଭର୍ତ୍ତି ଦୁଇଟି ବ୍ୟାଗ ନାହିଁ। 

କୋଲକାତାର ରୁପା ବ୍ୟବସାୟୀ ଅଭିଷେକ ମନ୍ଦା ବ୍ରହ୍ମପୁରରୁ ରୂପା ନେଇ ଖମ୍ବେଶ୍ବରୀ ବସରେ କୋଲକାତା ଯାଉଥିଲେ । ବ୍ରହ୍ମପୁରରୁ ଏକ କାର୍ ଯୋଗେ ୩ ରୁ ୪ ଜଣ ଯୁବକ ବ୍ରହ୍ମପୁରରୁ ବସର ପିଛା କରି ଆସିଥିଲେ। ସୁଯୋଗ ପାଇ ଭେଜିପୁଟରୁ ବ୍ୟାଗ ନେଇ ଭୁବନେଶ୍ୱର ଆଡ଼େ ପଳେଇ ଯାଇଥିବା ଜଣାପଡ଼ିଛି । ଖବରପାଇ ଖଲ୍ଲିକୋଟ ଥାନା ଏବଂ ଭେଜିପୁଟ ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରି କାରକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପୋଲିସ । ଦୁଇଟି ବ୍ୟାଗରେ ରୂପା ସହ ନଗଦ ୪ ଲକ୍ଷ ୭୨ ହଜାର ଟଙ୍କା ଥିବା ମଧ୍ୟ ଅଭିଯୋଗ କରିଛନ୍ତି ରୂପା ବ୍ୟବସାୟୀ ଅଭିଷେକ ମନ୍ଦା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.