ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଫିରିଙ୍ଗିଆ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଅନୁଷ୍ଠିତ...

ଫିରିଙ୍ଗିଆ ୨୬l ୭  ଫିରିଙ୍ଗିଆ ସ୍ଥାନୀୟ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ବ୍ଲକ ଉପସଭାପତି ବଂଶୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପ୍ରଥମେ ଫିରିଙ୍ଗିଆ ବ୍ଲକ ଛକ ଠାରୁ କଲ୍ୟାଣୀ ମଣ୍ଡପ ପ୍ରଯ୍ୟନ୍ତ ରାଲି ଆୟୋଜନ କରାଯାଇଥିଲା l ରାଲି ପରେ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତିଙ୍କ ସହ ରାଜ୍ୟ କମିଟିର ଘନଶ୍ୟାମ ଭାଇ,ଆଦିତ୍ୟ ଭାଇ, ମାନସ ସାମଲ ଯୋଗ ଦେଇଥିବା ବେଳେ ଜିଲ୍ଲା କମିଟିର ଜିଲ୍ଲା ସଭାପତି ଏବଂ ଜିଲ୍ଲା କମିଟିର ବଳିଆଭାଇ, ଯୋଗ ଦେଇଥିଲେ l ବୈଠକରେ ଓଡିଶା ଡ୍ରାଇଭର ମହାସଂଘର ବିଭିନ୍ନ ସମସ୍ୟା ବିଷୟରେ ରାଜ୍ୟ ସଭାପତି ଆଲୋଚନା କରିବା ସହ ତାର ସମାଧାନ କିଭଳି ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ l ରାଜ୍ୟ ସ୍ଥରରୁ ଆସିଥିବା ସମସ୍ତ ସଦସ୍ୟ ମାନେ ଗାଡି ଚଲେଇବା ସମୟରେ ସାବଧାନତା, କାଗଜ ପତ୍ର ଓ ନିଶାସେବନ କୁ ସମ୍ପୂର୍ଣ ବର୍ଜନ କରିବାକୁ ସଚେତନ କରିଥିଲେ l  ଫିରିଙ୍ଗିଆ ବ୍ଲକର ଓଡିଶା ଡ୍ରାଇଭର ମହାସଂଘର ଉମାକାନ୍ତ ଭାଇଙ୍କ ସହ ସମସ୍ତ ପଦବୀରେ ଥିବା ବ୍ଲକ ସ୍ଥରରୁ ପଞ୍ଚାୟତ ସ୍ଥର ପର୍ଯ୍ୟନ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ସମେତ ବିଭିନ୍ନ ବ୍ଲକର ଓଡିଶା ଡ୍ରାଇଭର ମହାସଂଘ ର ଶତାଧିକ ଡ୍ରାଇଭର   ମାନେ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଫିରିଙ୍ଗିଆ ବ୍ଲକ ଡ୍ରାଇଭର ମହାସଂଘର ସଦସ୍ୟ ମାନୁଏଲ ଓ  ପରିଚାଳନା କରିଥିଲେ l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.