ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସ୍କୁଲରେ ଲୁଚିଥିଲେ ହମାସ ଆତଙ୍କବାଦୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୨୭ ମୃତ

ଜେରୁସାଲେମ: ଗାଜାର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍କୁଲାରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି ବୋଲି ଇସ୍ରାଏଲ କହିଛି । ସେପଟେ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବହୁ ଶରଣାର୍ଥୀ ଏହି ସ୍କୁଲରେ ଆଶ୍ରୟ ନେଇଥିଲେ । ଅନ୍ୟ କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ହମାସ ଆତଙ୍କବାଦୀ ସ୍କୁଲରେ କ୍ୟାମ୍ପ କରି ଲୁଚି ରହୁଥିଲେ । ଯୁଦ୍ଧ ପାଇଁ ସେଠାରୁ ସାଧାରଣ ନାଗରିକଙ୍କୁ ବିସ୍ଥାପିତ କରାଯାଇ ଯୁଦ୍ଧ କ୍ୟାମ୍ପ କରାଯାଇଥିଲା । 

କେନ୍ଦ୍ରୀୟ ଗାଜାର ନୁସିରାତରେ ଥିବା ମିଳିତ ଜାତିସଂଘର ସ୍କୁଲରେ ହାମାସର ଏକ କମାଣ୍ଡ ପୋଷ୍ଟ ଅଛି। ଏହିଠାରୁ ହମାସ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିଲା। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ କରା ଯାଇଥିବା ଆକ୍ରମଣରେ ହାମାସ ଗାଜାର ଏହି ସ୍କୁଲରେ ଯୁଦ୍ଧବିମାନ ରଖି ଯୁଦ୍ଧ ଆରମ୍ଭ କରିଥିଲା ବୋଲି ଇସ୍ରାଏଲ୍ ଦାବି କରିଛି ।

ଇସ୍ରାଏଲ ସେନା ପକ୍ଷରୁ ଆହୁରି କୁହାଯାଇଛି ଯେ, ଆକ୍ରମଣ ପୂର୍ବରୁ ସେଠାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି। କିନ୍ତୁ ହମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟର ନିର୍ଦ୍ଦେଶକ ଇସମାଇଲ ଅଲ-ଥବାବା ଇସ୍ରାଏଲର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଇସ୍ରାଏଲ ପକ୍ଷରୁ କରାଯାଉଥିବା ଅମାନୁଷିକ କାର୍ଯ୍ୟାକୁ ଲୁଚାଇବା ପାଇଁ ଏପରି ମିଛ ଦାବି କରାଯାଉଛି। ଗାଜାରେ ନୀରିହ ଲୋକଙ୍କ ଜୀବନ ଯାଉଛି। 

 

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.