ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ୨୦୨୪ : ପଞ୍ଜାବ କିଙ୍ଗସକୁ ୨୪୨ ରନ୍‌ର ଟାର୍ଗେଟ୍‌ ଦେଲା ଆରସିବି

ଧର୍ମଶାଳା : ଆଇପିଏଲ୍‌ ୨୦୨୪ ସିଜନରେ ପଞ୍ଜାବ କିଙ୍ଗସ୍‌ ( ପିବିକେଏସ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ୍‌ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳା ଯାଉଛି, ଯେଉଁଥିରେ ପଞ୍ଜାବର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା ସାମ୍ କରନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ। ଜବାବରେ ଆରସିବି ୨୪୨ ରନ୍‌ର ଟାର୍ଗେଟ୍‌ ସେଟ୍‌ କରିଛି। 

ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଆରସିବି ୭ ୱିକେଟ ହରାଇ ୨୪୧ ରନ୍‌ କରି ପାରିଛି । ୧୦ ଓଭର ପରେ ବର୍ଷା ଯୋଗୁଁ ପଡ଼ିଆରେ କୁଆପଥର ବର୍ଷି ଥିଲା। ହେଲେ କିଛି ସମୟର ବିରାମ ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା। ଏହାପରେ ବିରାଟ କୋହଲିଙ୍କର ବ୍ୟାଟ୍ ଗର୍ଜିଥିଲା ଏବଂ ସେ ଆକ୍ରାମକ ଅନ୍ଦାଜରେ ୪୭ଟି ବଲ୍‌ରେ ୯୨ରନ୍‌ର ପାଳି ଖେଳିଥିଲେ।

ଏହି ସମୟରେ ୬ଟି ଛକ୍କା ଓ ୭ଟି ଚୌକା ବର୍ଷା ହୋଇଛି। ଏହା ବ୍ୟତୀତ ରଜତ ପାଟିଦାର ୨୩ଟି ବଲରେ ୫୫ ରନ୍‌ କରି ଥିବା ବେଳେ କ୍ୟାମରନ୍‌ ଗ୍ରୀନ୍‌ ୨୭ଟି ବଲ୍‌ରେ ୪୬ ରନ୍‌ କରି ପାରି ଥିଲେ। କୋହଲି ଓ ଗ୍ରୀନ୍‌ଙ୍କ ମଧ୍ୟରେ ୪୬ଟି ବଲ୍‌ରେ ୯୨ ରନ୍‌ର ପାର୍ଟନରସିପ୍‌ ହୋଇଛି। ପଞ୍ଜାବ ପାଇଁ ହର୍ଷଲ ପଟେଲ ୩ ଓ ବିଦ୍ଭଥ କାଭେରପ୍ପା ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ସେପଟେ ସାମ୍‌ କରନ ଓ ଅର୍ଶଦୀପ ସିଂହଙ୍କୁ ୧-୧ ସଫଳତା ମିଳିଛି।

ଉକ୍ତ ସିଜନରେ ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ଏହା ଦ୍ୱିତୀୟ ଟକ୍କର। ଏହା ପୂର୍ବରୁ ୨୫ ମାର୍ଚ୍ଚରେ ମୁକାବିଲା ହୋଇଥିଲା। ଯେଉଁଥିରେ ଆରସିବି ୪ଟି ୱିକେଟ୍‌ରେ ବିଜୟ ହାସଲ କରି ଥିଲା। ଏଣୁ ଏହି ମ୍ୟାଚରେ ଯିଏ ବି ହାରିବ, ସେ ପ୍ଲେଅଫ୍‌ର ଦୌଡ଼ରୁ ପୂରା ବାହାର ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.