ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ଶ୍ରୀଲଙ୍କା -ଭାରତ ମଧ୍ୟରେ ପ୍ରଥମ ଦିନିକିଆ: ଟି-ଟ୍ୱେଣ୍ଟି ପରେ ଦିନିକିଆରେ ରାଜୁତି ଲକ୍ଷ୍ୟରେ ରୋହିତ ଆଣ୍ଡ କୋ'

Published By : Prameya | August 2, 2024 8:09 AM

କଲମ୍ବୋ,୦୨/୦୮: ଶୁକ୍ରବାର ଘରୋଇ  ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲି  ଓ ରୋହିତ ଶର୍ମା ଗ୍ରାଉଣ୍ଡ୍‌କୁ ଓହ୍ଲାଇବେ । ଭାରତ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ  କରିବ । ଭାରତର ପ୍ରଦର୍ଶନ ଅପେକ୍ଷା ନୂଆ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ଫୋକସ ରହିବ । ତାଙ୍କ ରଣନୀତି ଓ  କାର୍ଯ୍ୟପ୍ରଣାଳୀ ସିନିୟର ଖେଳାଳିଙ୍କ ପାଇଁ କେତେଦୂର ସହାୟକ ହେବ, ଦେଖିବାକୁ  ମିଳିବ । 

ଶ୍ରୀଲଙ୍କା ଦଳ ଟି-ଟ୍ୱେଣ୍ଟି ସିରିଜ  ପରାଜୟ ଦୁଃଖରୁ ବାହାରିବା କଷ୍ଟକର । କିନ୍ତୁ ସମର୍ଥକଙ୍କ ଭରସା ଦଳ ଉପରେ  ରହିଛି । ଶୁକ୍ରବାର ଘରୋଇ ଦଳକୁ ସମର୍ଥନ କରିବା ପାଇଁ ପ୍ରେମଦାସା ଷ୍ଟାଡ଼ିୟମ୍‌ରେ ଦର୍ଶକ ଗହଳି ଲାଗି ରହିବ । ତେଣୁ ଟି-ଟ୍ୱେଣ୍ଟି ସିରିଜ ଫଳାଫଳକୁ  ଭୁଲି ଶ୍ରୀଲଙ୍କା କ୍ରିକେଟ୍‌ ପ୍ରେମୀଙ୍କ ମନ ଜିତିବା ପାଇଁ ଜୋରଦାର ପ୍ରୟାସ କରିବ । 

ପୂର୍ବ ପ୍ରଦର୍ଶନକୁ ଦେଖିଲେ ଶୁକ୍ରବାର ଭାରତର ପଲା ଭାରି ରହିବ । ପ୍ରଥମତଃ ଦଳ ବେଶ୍‌ ସନ୍ତୁଳିତ । ଶ୍ରୀଲଙ୍କା ତୁଳନାରେ ଭାରତୀୟ ଦଳ ଅଭିଜ୍ଞ ।  ଏକାଦଶ ମଧ୍ୟ ଏକ ପ୍ରକାର ପ୍ରସ୍ତୁତ । କେବଳ ପିଚ୍‌ ଦେଖି ନିଷ୍ପତ୍ତି ନିଆଯିବ । ବିଶେଷ କରି ବ୍ୟାଟିଂ ଅଲ୍‌ରାଉଣ୍ଡର ଓ  ୱିକେଟ୍‌ କିପର ସ୍ଥାନକୁ ନେଇ ପରୀକ୍ଷା ନିରୀକ୍ଷା ହୋଇପାରେ । କେଏଲ ରାହୁଲ ଓ  ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ। ସେହିପରି ଶିବମ ଦୁବେ ଓ ରିୟାନ ପରାଗଙ୍କ ମଧ୍ୟରୁ ଜଣଙ୍କୁ ବ୍ୟାଟିଂ ଅଲ୍‌ରାଉଣ୍ଡର ଭବେ ସ୍ଥାନ ମିଳିବ । 

ଶ୍ରୀଲଙ୍କା ଦଳ ମୁଖ୍ୟତଃ ପେସ୍‌  ବୋଲିଂକୁ ନେଇ ଚିନ୍ତାରେ ରହିଛି ।  ଆହତ ଓ ଅସୁସ୍ଥତା ଯୋଗୁଁ ୫ଜଣ ପେସ୍‌ ବୋଲର ସମ୍ପ୍ରତି ଦଳରୁ ବାଦ ପଡ଼ିଛନ୍ତି । କେବଳ ଆସିଥା ଫର୍ଣ୍ଣାଣ୍ଡୋ  ଓ ଚାମିକା କରୁଣାରତ୍ନେ ଫିଟ୍‌ ଅଛନ୍ତି । ତଥାପି ସ୍ପିନରଙ୍କୁ ସହାୟତା କରୁଥିବା  ପିଚ୍‌ରେ ଶ୍ରୀଲଙ୍କା ପାଇଁ ବୋଲିଂ ବିଭାଗ ପ୍ରସ୍ତୁତ କରିବା କଷ୍ଟକର ହେବ ନାହିଁ । ମଧ୍ୟ ଓ ନିମ୍ନ କ୍ରମ ବ୍ୟାଟିଂ ବିଭାଗ ବଡ଼  ସମସ୍ୟା ହୋଇ ଛିଡ଼ା ହୋଇଛି । ଟି-ଟ୍ୱେଣ୍ଟି ସିରିଜରେ ୩ଟି ଯାକ ମ୍ୟାଚ୍‌ରେ  ମଧ୍ୟକ୍ରମର ବିଫଳତା ଯୋଗୁଁ ଶ୍ରୀଲଙ୍କା  ବିଜୟ ହାତଛଡ଼ା କରିଥିଲା । ତେଣୁ  ଶୁକ୍ରବାର ମଧ୍ୟକ୍ରମ ବ୍ୟାଟିଂ ବିଭାଗକୁ ସୁଦୃଢ କରିବା ମୁଖ୍ୟ କାର୍ଯ୍ୟ ହେବ । 

ଶୁକ୍ରବାର ଶ୍ରୀଲଙ୍କା ଓପନର ପଥୁମ ନିଶଙ୍କା ଓ ଭାରତୀୟ ବୋଲର କୁଲଦୀପ ଯାଦବଙ୍କ ଉପରେ ନଜର ରହିବ । ନିଶଙ୍କା ୨୦୨୩ରୁ ଇତି ମଧ୍ୟରେ ଦିନିକିଆରେ ସର୍ବାଧିକ ୧୬୪୮ ରନ୍‌  ସଂଗ୍ରହ କରିଛନ୍ତି । ସେ ଟି-ଟ୍ୱେଣ୍ଟି  ସିରିଜରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ । ସେହିପରି କୁଲଦୀପ ଯାଦବଙ୍କ ଯାଦୁକରୀ ସ୍ପିନ ବୋଲିଂ ଉପରେ  ସମସ୍ତଙ୍କ ନଜର ରହିଛି ।

ପ୍ରେମଦାସା ଗ୍ରାଉଣ୍ଡର ପିଚ୍‌  ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ଅପରାହ୍ଣରେ ମ୍ୟାଚ୍‌ ଆରମ୍ଭ ହେବ । ଟସ୍‌  ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା  କରାଯାଇପାରେ। କାରଣ ଅପରାହ୍ଣରେ  ବର୍ଷା ସମ୍ଭାବନା ରହିଛି । 

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି,  ଶ୍ରେୟାସ ଆୟର, ରିଷଭ ପନ୍ତ/କେଏଲ  ରାହୁଲ, ଶିବମ ଦୁବେ/ରିୟାନ ପରାଗ,  ଅକ୍ଷର ପଟେଲ, କୁଲଦୀପ ଯାଦବ,  ଖଲିଲ ଅହମ୍ମଦ/ହର୍ଷିତ ରାଣା,  ଅର୍ଶଦୀପ ସିଂହ, ମହମ୍ମଦ ସିରାଜ । 

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ  ମେଣ୍ଡିସ, ସଦିରା ସମରବିକ୍ରମା,  କାମିଣ୍ଡୁ ମେଣ୍ଡିସ୍‌, ଚରିଥ  ଆଶାଲଙ୍କା(ଅଧିନାୟକ), ଜନିଥ ଲିୟାନେଜ, ଦୁନିଥ ୱେଲାଲେଜ/ଚାମିକା  କରୁଣାରତ୍ନେ, ୱାନିଣ୍ଡୁ ହସରଙ୍ଗା,  ମହୀଶ ତୀକ୍ଷଣା, ମହମ୍ମଦ ସିରାଜ/ ଏହସାନ ମାଲିଙ୍ଗା, ଆସିଥା ଫର୍ଣ୍ଣାଣ୍ଡୋ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.