ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକ୍‌ ବୋଲରଙ୍କ ଶାଣିତ ବୋଲିଂ; ୧୧୯ରେ ଅଟକିଲା ଟିମ୍‌ ଇଣ୍ଡିଆ ସ୍କୋର

Image source: Cricbuzz

ନ୍ୟୁୟର୍କ,୦୯/୦୬: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି ୨୦ ବିଶ୍ୱକପ ୨୦୨୪ ର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ନ୍ୟୁୟର୍କ ଷ୍ଟାଡିୟମରେ ଖେଳାଯାଉଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କ୍ରିକେଟ୍ ଜଗତର ଦୁଇ ପ୍ରମୁଖ ପ୍ରତିନ୍ଦ୍ବନ୍ଦିଙ୍କ ମଧ୍ୟରେ ମହାଲଢ଼େଇ ଚାଲିଛି। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ତେବେ ପାକ୍‌ ବୋଲଙ୍କର ଶାଣିତ ପ୍ରଦର୍ଶନ ଆଗରେ ଭାରତୀୟ ଦଳ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୧୯ ରନ କରିଛି। ଦଳ ପକ୍ଷରୁ ସର୍ବାଧିକ ସ୍କୋର ରିଷଭ ପନ୍ତ କରିଛନ୍ତି। ସେ ୩୧ ବଲ୍‌ ଖେଳି ୬ ଚୌକା ସହିତ ୪୨ ରନ୍‌ କରିଛନ୍ତି।

ସେପଟେ ପ୍ରଥମେ ମଇଦାନକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି। ତେବେ ମାତ୍ର ୧.୩ ଓଭରରେ ନସିମ୍‌ ଶାହାଙ୍କ ବଲ୍‌ରେ ଉସ୍‌ମାନ୍‌ ଖାନ୍‌ଙ୍କ କ୍ୟାଚ୍‌ ଆଉଟ୍‌ର ଶିକାର ହୋଇଥିଲେ ବିରାଟ କୋହଲି। ପରେ ୨.୪ ଓଭର ବେଳକୁ ରୋହିତ ଶର୍ମାଙ୍କ ଓ୍ବିକେଟ ଦଳକୁ ଚିନ୍ତାରେ ପକାଇଥିଲା। ପରେ ଅକ୍ଷର ପଟେଲ ଓ ଋଷଭ ପନ୍ତ ଖେଳ ସମ୍ଭାଳିଥିଲେ ହେଁ ୭.୪ ଓଭର ବେଳକୁ ଅକ୍ଷର ପଟେଲଙ୍କୁ ପାଭିଲିୟନ ପଠାଇଥିଲେ ନସିମ୍‌ ଶାହା। 

ଏହା ପରେ ଲଗାତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଟିମ୍‌ ଇଣ୍ଡିଆ। ଲଗାତାର ଭାବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଶିବମ ଦୁବେ ଓ ରବିନ୍ଦ୍ର ଜାଡ଼େଜାଙ୍କ ଭଳି ଖେଳାଳି ପାଭିଲିୟନ ଫେରିଥିଲେ। ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧୀକ ୪୨ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୨୦ ଏବଂ ରୋହିତ ଶର୍ମା ୧୩ ରନ୍‌ କରିଛନ୍ତି। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁପାରି ନାହାନ୍ତି। ଦଳ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୧୯ ରନ୍‌ କରିଛି ଏବଂ ପାକିସ୍ତାନକୁ ୧୨୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.