ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସହାୟତାର ହାତ ବଢାଇଲା ଭାରତ , ଆଫ୍ରିକାକୁ ୧ ହଜାର ମେଟ୍ରିକ୍ ଟନ୍ ଲେଖାଁଏ ପଠାଇଲା ଚାଉଳ

ନୂଆଦିଲ୍ଲୀ,୦୮/୦୯: ଆଫ୍ରିକାକୁ ସହାୟତାର ହାତ ବଢାଇଲା ଭାରତ । ଆଫ୍ରିକା ଦୁର୍ଭିକ୍ଷରେ ଆଉଟୁପାଉଟୁ ହେଉଥିବା ବେଳେ ଚାଉଳ ଓ ମକା ପଠାଇଛି ଭାରତ। ଜିମ୍ବାୱେ ଓ ମାଲାୱିକୁ ମାନବୀୟ ସହାୟତା ଭାବେ ୧ ହଜାର ମେଟ୍ରିକ୍ ଟନ୍ ଲେଖାଏଁ ଚାଉଳ ପଠାଯାଇଛି। ସେହିପରି ଜାମ୍ବିଆକୁ ୧୩ଶହ ମେଟ୍ରିକ ଟନ୍ ମକା ଯାଇଛି। ଏଲ୍-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ଦେଖାଦେଇଛି ଉତ୍କଟ ମରୁଡ଼ି। ଏହାକୁ ଦେଖି ସହାୟତାର ହାତ ବଢ଼ାଇଛି ଭାରତ।

ଭାରତରୁ ଏହି ୩ଟି ଆଫ୍ରିକୀୟ ଦେଶକୁ ଖାଦ୍ୟଶସ୍ୟ ପଠାଯାଇଥିବା ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ। ନାଭା ଶେଭା ବନ୍ଦରରୁ ଜିମ୍ବାୱେକୁ ୧ ହଜାର ଟନ୍ ଚାଉଳ ପଠାଯାଇଛି। ପ୍ରଶାନ୍ତ ମହାସାଗରରେ ଏଲ-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ବର୍ଷାଭାବ ଯୋଗୁଁ ଘୋର ଖାଦ୍ୟ ସଂକଟ ଦେଖାଦେଇଛି। ସ୍ଥିତି ଏପରି ହୋଇଛି ଯେ, ଭୋକ ବିକଳରେ ଲୋକେ ବନ୍ୟଜନ୍ତୁ ମାରି ଖାଇବାକୁ ବି ପଛାଉନାହାନ୍ତି। ତେବେ ଏନେଇ ବିଦେଶ ମନ୍ତ୍ରାଳୟକର ପ୍ରବକ୍ତା ରଣଧୀର ଜୟଶଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ମରୁଡି ପରିସ୍ଥିତି ମୁକାବିଲା ପାଇଁ ଗତକାଲି ମଲାବିକୁ ୧ ହଜାର ଟନ୍ ଚାଉଳ ପଠାଯାଇଛି। ମଲାବି ସରକାର ମାର୍ଚ୍ଚ ମାସରେ ଦେଶର ୨୮ ଜିଲ୍ଲାରୁ ୨୩ ଜିଲ୍ଲାକୁ ମରୁଡି ଘୋଷଣା କରିଥିଲେ ।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.