ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା

ଡାଲାସ,୦୭/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରାଥମିକ ରାଉଣ୍ଡ୍‌ରୁ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଛି । ଉପମହାଦେଶର ଅନ୍ୟତମ ଶକ୍ତିଶାଳୀ ଦଳ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଦୁର୍ବଳ ଅନଭିଜ୍ଞ ୟୁଏସଏ ଠାରୁ ପରାଜିତ ହୋଇଛି । ଗୁରୁବାର ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲାରେ ୟୁଏସଏ ସୁପର ଓଭରରେ ବିଜୟୀ ହୋଇ ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି ।  ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ୱିକେଟ୍‌ ହରାଇ ୧୫୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୟୁଏସଏ ମଧ୍ୟ  ୩ ୱିକେଟ୍‌ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । 

ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ୟୁଏସଏ  ୧୮ ରନ୍‌ ସଂଗ୍ରହ କରିଥିଲା । ମହମ୍ମଦ ଅମୀର ଏହି ଓଭର ବୋଲିଂ କରି ଅତିରିକ୍ତ  ଭାବେ ୭ ରନ୍‌ ପ୍ରଦାନ କରିଥିଲେ । ଯାହା  ପାକିସ୍ତାନ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଜବାବରେ ପାକିସ୍ତାନ ୧ୱିକେଟ୍‌ ହରାଇ ୧୩ ରନ୍‌ କରିବାକୁ  ସକ୍ଷମ ହୋଇଥିଲା । ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ମ୍ୟାଚ୍‌  ‘ଟାଇ’ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୋନାଙ୍କ  ପଟେଲ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।  

ପାକିସ୍ତାନର ଅଭିଜ୍ଞ ତଥା ଘାତକ ପେସ ବାହିନୀ  ବିପକ୍ଷରେ ୧୬୦ ରନ୍‌ର ଲକ୍ଷ୍ୟ ହାସଲ କରିବା କଷ୍ଟକର  ମନେ ହେଉଥିଲା । ମାତ୍ର ୟୁଏସଏର ଦମ୍‌ଦାର ବ୍ୟାଟିଂ  ଆଗରେ ପାକ୍‌ ବୋଲରଙ୍କ ସବୁ କୌଶଳ ଫିକା ପଡ଼ି  ଯାଇଥିଲା । ଷ୍ଟିଭେନ ଟେଲର(୧୨) ସହଳ ଆଉଟ୍‌ ହୋଇଥିଲେ ହେଁ ଅନ୍ୟ ଓପନର ମୋନାଙ୍କ ପଟେଲ ଦୃଢ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ ଓ  ଆନ୍ଦ୍ରିୟସ ଗସଙ୍କ ସହ ମିଶି ୬୮ ରନ୍‌ର ଭାଗିଦାରୀ  ଗଢିବା ଫଳରେ ବିଜୟ ଆଶା ଉଜ୍ଜ୍ୱଳ ହୋଇଥିଲା । ଦଳୀୟ  ସ୍କୋର ୧୦୪ ବେଳେ ଗସ ବ୍ୟକ୍ତିଗତ ୩୫ (୫ଚୌକା, ୧ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ଓଭରରେ ମୋନାଙ୍କଙ୍କୁ ଆଉଟ୍‌ କରିଥିଲେ ମହମ୍ମଦ ଅମୀର । ସେ ୩୮ଟି  ବଲ୍‌ରୁ ୭ ଚୌକା ଓ ୧ଛକା ବଳରେ ୫୦ରନ୍‌ କରିଥିଲେ ।  

ପାକିସ୍ତାନ ଏଥର ବାଜି ପଲଟାଇବା ଆଶା କରାଯାଉଥିଲା ।  ୟୁଏସଏ ମଧ୍ୟ ଜୋରଦାର ଲଢେଇ କରିଥିଲା । ୧୮ଓଭର  ଖେଳ ଶେଷ ସୁଦ୍ଧା ୟୁଏସଏ ୩ୱିକେଟ୍‌ ହରାଇ ୧୩୯  ରନ୍‌ ସଂଗ୍ରହ କରିନେଇଥିଲା । ଶେଷ ୨ ଓଭରରେ ବିଜୟ  ପାଇଁ ଆବଶ୍ୟକ ହେଉଥିଲା ୨୧ରନ୍‌। ଅମୀର ୧୯ତମ  ଓଭରରେ ମାତ୍ର ୬ ରନ୍‌ ପ୍ରଦାନ କରିଥିଲେ । ଶେଷ  ଓଭରରେ ବାକି ରହିଥିଲା ୧୫ ରନ୍‌ । ହ୍ୟାରିସ ରୌଫ ୟୁଏସଏକୁ ଅଟକାଇବାରେ ବିଫଳ ହୋଇଥିଲେ । ଦୁଇ  ଅପରାଜିତ ବ୍ୟାଟର ଆରନ ଜୋନ୍ସ ଓ ନିତିଶ କୁମାର ଏହି  ଓଭରରେ ୧୪ ରନ୍‌ ସଂଗ୍ରହ କରି ମ୍ୟାଚ ‘ଟାଇ’ କରିଥିଲେ ।  

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ୟୁଏସ୍‌ଏ ପାଇଁ  ବେଶ୍‌ ଫଳପ୍ରଦ ରହିଥିଲା । ପାକିସ୍ତାନ ପ୍ରାରମ୍ଭିକ  ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଅଧିନାୟକ  ବାବର ଆଜମ ଓ ମଧ୍ୟକ୍ରମ ବ୍ୟାଟର ଶଦାବ ଖାନଙ୍କ  ଲଢୁଆ ବ୍ୟାଟିଂ ବଳରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌  କରିଥିଲା । ବାବର ୩ଚୌକା ଓ ୨ଛକା ବଳରେ ୪୪ ରନ୍‌  କରିଥିଲେ । ସେହିପରି ଶଦାବ ୨୫ଟି ବଲ୍‌ରୁ ୪୦ (୧ଚୌକା,  ୩ଛକା) ରନ୍‌ର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଇଫତିଖର ୧୮ ଓ ସହିନ ଆଫ୍ରିଦି ଅପରାଜିତ ୨୩ ରନ୍‌କରିଥିଲେ । ୟୁଏସଏ ପକ୍ଷରୁ ନୋସ୍ତୁସ କେଞ୍ଜିଗେ ୩ଟି  ଓ ସୌରଭ ନେତ୍ରାଭଲକର ୨ଟି ୱିକେଟ୍‌ ନେଇଥିଲେ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.